Odiapua.com

ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଙ୍କୁ ଏକ୍ସପାରୀ ଔଷଧ ବଣ୍ଟନ, ସାଲାଇନ ନେଇ ଅସୁସ୍ଥ ହେଲେ ସାମ୍ବାଦିକ।

ସମ୍ବଲପୁର, ୦୨/୦୩ (ଓଡ଼ିଆ ପୁଅ):ସମ୍ବଲପୁର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ରୋଗୀମାନଙ୍କୁ ଏକ୍ସପାରୀ ଔଷଧ ଦିଆଯାଉଥିବା ର ଏକ ନଗ୍ନ ନମୁନା ଦେଖିବାକୁ ମିଲିଛି। ରୋଗୀଙ୍କ ଜୀବନ ସହିତ ଖେଲ ଖେଳୁଛନ୍ତି ଡାକ୍ତର ଓ କର୍ମଚାରୀ। ଘଟଣାରୁ ଜଣାଯାଇଛି ଯେ ଦୈନିକ ଖବର କାଗଜ “ଉତ୍କଳ ସମାଚାର” ର ଜିଲ୍ଲା ପ୍ରତିନିଧି ସରୋଜ ସାହୁ ରବିବାର ଝାଡା ବାନ୍ତି ରୋଗରେ ପୀଡିତ ହୋଇ ସମ୍ବଲପୁର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ବର୍ହିବିଭାଗ ରେଜିଷ୍ଟ୍ରେସନ ନମ୍ବର ୧୦୩୪୧୬ ଆସୁଚିକିତ୍ସା ଦାୟିତ୍ୱ ରେ ଥିବା ଡାକ୍ତର ପଙ୍କଜ ପଟେଲ ଙ୍କୁ ଦେଖାଇ ଡାକ୍ତରଙ୍କ ପରାମର୍ଶ କ୍ରମେ କୋଭିଡ ପରିକ୍ଷା ନେଗେଟିଭ ବାହାରିବାରୁ ସଂକ୍ରମଣ ବିଭାଗ ବେଡ ନମ୍ବର ୧୮୧ ରେ ଭର୍ତ୍ତିହୋଇଥିଲେ। ରାତ୍ର ୯.୩୦ମିନିଟ ସମୟରେ ସେହି ୱାର୍ଡ ଦାୟୀତ୍ବରେ ଥିବା ଷ୍ଟାପ ନର୍ସ ପ୍ରଭାତୀ ପ୍ରଧାନ ସାମ୍ବାଦିକ ଶ୍ରୀ ସାହୁଙ୍କୁ ଚିକିତ୍ସା ପାଇଁ ନେଇଥିବା ବରିଷ୍ଠ ସାମ୍ବାଦିକ ସୁଧାଂଶୁ ଶେଖର ମହାରଣା ଏବଂ ତାଙ୍କର ସଂପର୍କୀୟଙ୍କ ଉପସ୍ଥିତରେ ସାଲାଇନ ଦେଇଥିଲେ। ସାଲାଇନ ଡୋଜ ତାଙ୍କ ଶରୀର ରେ ଚଢିବା ମାତ୍ରେ ଶରୀର କୁଣ୍ଡାଇ ହୋଇ ଶ୍ରୀ ସାହୁ ସଂଜ୍ଞାହୀନ ହୋଇପଡିଥିଲେ। ପ୍ରାତଃ ୩ଟା ସମୟରେ ନିକଟ ବେଡ ନମ୍ବର ୧୮୨ ରେ ମହାନଗର ନିଗମ ଅନ୍ତର୍ଗତ ଭତରାର ପଙ୍କଜ ପ୍ରସାଦ ସୋହେଲା(୩୮)ଗୁତର ଅବସ୍ଥାରେ ଭର୍ତ୍ତିହୋଇଥିଲେ।ଏହି ସମୟରେ ରୋଗୀ ପଙ୍କଜଙ୍କ ସାନ ଭାଇ ପ୍ରେମାନନ୍ଦ ଏକ୍ସପାରୀ ତାରିଖ ସରିଯାଇଥିବା ସାଲାଇନ ତାଙ୍କ ଭାଇ ପଙ୍କଜଙ୍କୁ ଦେବା ପାଇଁ ବେଡରେ ରଖାଯାଇଥିବା ଦେଖି ଷ୍ଟାଫ ନର୍ସ ପ୍ରଭାତୀ ପ୍ରଧାନଙ୍କୁ କହିବାରୁ ନୂତନ ସାଲାଇନ ପଙ୍କଜଙ୍କୁ ଦିଆଯାଇଥିଲା। ଏ ସମ୍ପର୍କରେ ଜାଣିପାରି ସାମ୍ବାଦିକ ଶ୍ରୀ ସାହୁ ୱାର୍ଡ ପରିଦର୍ଶନରେ ଆସିଥିବା ଡାକ୍ତର ସୀମା ରଏ ଙ୍କୁ ଗତ ରାତ୍ରିରେ ସାଲାଇନ ଦେବା ସମୟରେ ସଂଜ୍ଞାହୀନ ହୋଇପଡିଥିବା ଏବଂ ତାଙ୍କୁ ମଧ୍ଯ ଏକ୍ସପାରୀ ତାରିଖ ସରିଯାଇଥିବା ସାଲାଇନ ଦେଇଥିବା ଶ୍ରୀ ସାହୁ ଅଭିଯୋଗ କରିଥିଲେ। ଏହି ସଂକ୍ରମଣ ବିଭାଗ ବେଡ ନମ୍ବର ୧୬୭ ରେ ଭର୍ତ୍ତିହୋଇଥିବା କ୍ଷେତରାଜପୁରର ସୁଦେର୍ଣ୍ଣା ସୋହୋଲା ମଧ୍ଯ ସାଲାଇନ ଡୋଜ ଦେବା ପରେ ତାଙ୍କ ଶରୀର ରେ ଭିଷଣ ମାତ୍ରାରେ ପ୍ରତିକ୍ରିୟା ଓ ହାତ ଫୁଲି ଯାଇଥିବା ଅଭିଯୋଗ କରିଛନ୍ତି। ଠିକ ସେହି ପରି ଆଜି ଏହି ସଂକ୍ରମଣ ବିଭାଗ ବେଡ ନମ୍ବର ୧୭୮ ରେ ଭର୍ତ୍ତିହୋଇଥିବା ମାନେଶ୍ଵର ବ୍ଲକ ଦେଓଗାଁ ପଞ୍ଚାୟତ ଗଉରଗୋଠ ଗ୍ରାମର ବୁଦ୍ଧଦେବ ଗହିରଙ୍କ ବଡ ଭାଇ ଏକ୍ସପାରୀ ତାରିଖ ସରିଥିବା ଓଆରଏସ ପାଉଡର ପିଇବାକୁ ଦିଆଯାଇଥିବା ଅଭିଯୋଗ କରିଛନ୍ତି। ଏଠାରେ ସ୍ପଷ୍ଟ ଅନୁମେୟ କରାଯାଇ ପାରେ ଯେ ସମ୍ବଲପୁର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ରେ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ମୁଖ୍ଯ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଜ୍ଞାତ ସାରରେ ଏଠାରେ ଏକ୍ସପାରୀ ତାରିଖ ସରିଯାଇଥିବା ଔଷଧ ଗୁଡିକର ଏକ ରାକେଟ କାମ କରୁଛି। ଏଥିରୁ ଅଫିସର ମାନେ ମାଲେମାଲ ହେଉଛନ୍ତି। ଏହି ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଏଠାରେ ଚାଲିଥିବା ଔଷଧ ଦୁର୍ନୀତିର ପର୍ଦ୍ଦାଫାସ ହୋଇପାରନ୍ତା ବୋଲି ବୁଦ୍ଧିଜୀବି ମାନେ ମତ ପ୍ରକାଶ କରିଛନ୍ତି। ଖୋଦ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଜନ୍ମ ମାଟି ଜିଲ୍ଲାରେ ଏଭଲି ଘଟଣା ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ପାରିବା ପଣିଆଁ ଉପରେ ଅଙ୍ଗୁଲି ନିଦ୍ଦେର୍ଶ କରୁଛି। ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏହି ଘଟଣାର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାମ୍ବାଦିକ ମାନେ ଦାବି କରିଛନ୍ତି।