Odiapua.com

ସମ୍ବଲପୁର ଡାକ କର୍ମଚାରୀ ଙ୍କ ଧନୁପାଲୀ ଉପ ଡାକଘର ସମ୍ଭୁଖରେ ବିକ୍ଷୋଭ ପ୍ରଦର୍ଶନ

ସମ୍ବଲପୁର ୨୨-୫ (ଓଡ଼ିଆ ପୁଅ/ସରୋଜ ସାହୁ): ଦେଶବ୍ୟାପୀ ୧୦ ଟି କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ, ରାଜ୍ୟ ଶ୍ରମିକ ସଂଗଠନ ତଥା କେନ୍ଦ୍ରୀୟ କର୍ମଚାରୀ ଓ ଶ୍ରମିକ କ୍ରିୟାନୁଷ୍ଠାନ କମିଟି ଆହ୍ଵାନ କ୍ରମେ ନେସନାଲ ଫେଡେରେସନ ଅଫ ପୋଷ୍ଟାଲ ଏମ୍ପ୍ଲୋଏଜ (ନଏଫପିଇ) ସମ୍ବଲପୁର ମଣ୍ଡଳ ପକ୍ଷରୁ ଆଜି ସହରରେ ଧନୁପାଲୀ ଉପ ଡାକଘର ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସରକାର ଙ୍କ ଶ୍ରମିକ ବିରୋଧୀ ଓ ଜନବିରୋଧୀ ସ୍ୱେଚ୍ଛାଚାରୀ ପଦକ୍ଷେପ, ରାଜ୍ୟ ସରକାର ମାନଙ୍କ ଶ୍ରମ ଆଇନ ରେ ପରିବର୍ତ୍ତନ କରିବା, ସରକାରୀ ସଂସ୍ଥା ମାନଙ୍କୁ ଘରୋଇକରଣ ତଥା ବଡ ବଡ ପୁଞ୍ଜିପତି ମାନଙ୍କ ହାତକୁ ଟେକି ଦେବା, ସମୟ ସୀମା କୁ ୧୨ ଘଣ୍ଟା ପର୍ଯ୍ୟନ୍ତ ବଢେଇବା, ଡିଏ /ଡିଆର ନ ଦେବା, ମୌଳିକ ଅଧିକାର ଓ ମାନବାଧିକାର ଉପରେ ହସ୍ତକ୍ଷେପ କରିବା, ପୁଞ୍ଜି ନିବେଶ, ଶିଳ୍ପ ପ୍ରୋତ୍ସାହନ ଓ ନିଯୁକ୍ତି ସୃଷ୍ଟି ବାହାନ ରେ ଶ୍ରମିକ ମାନଙ୍କୁ ନିଷ୍ଠୁର ଓ କ୍ରୁର ଶୋଷଣ କୁ ଶିକାର କରିବା ଆଦି କୁ ବିରୋଧ କରି ସମସ୍ତ କର୍ମଚାରୀ ଆଜି ଏକଦିବସୀୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ପରିପେକ୍ଷୀ ରେ ସମ୍ବଲପୁର ଏନଏଫପିଇ ର ସମ୍ପାଦକ ରୁପେଶ ବାଗ ଙ୍କ ତତ୍ବାବଧାନ ରେ ବରଗଡ ମୁଖ୍ୟ ଡାକ ଘର ସମ୍ଭୁଖରେ ଏବଂ ସମ୍ବଲପୁର ଡାକମଣ୍ଡଳ ର ସଭାପତି ରମେଶ ଚନ୍ଦ୍ର ସାହୁ ତଥା ଓଡିଶା ରାଜ୍ୟ ସଭାପତି ପ୍ରଦୀପ ଚନ୍ଦ୍ର ରାଉତ ଙ୍କ ତତ୍ବାବଧାନ ରେ ଧନୁପାଲୀ ଉପ ଡାକଘର ସମ୍ଭୁଖରେ କରୋନା କଟାକଟକଣା ସାମାଜିକ ଦୂରତା ରକ୍ଷା କରି ବିରୋଧ ପ୍ରଦର୍ଶନ କରlଯାଇଥିଲା। ଏହି ବିକ୍ଷୋଭ କୁ ବରଗଡ, ସମ୍ବଲପୁର ତଥା ଦେଓଗଡ ଜିଲ୍ଲା ର ସମସ୍ତ କର୍ମଚାରୀ ପୁର୍ଣମାତ୍ରା ରେ ସମର୍ଥନ କରିଥିବା ସୂଚନା ଦିଆଯାଇଛି।