Odiapua.com

ସମ୍ବଲପୁର ଜିଲ୍ଲାରେ ଦ୍ବିଶତକ ଟପିଲା କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା, ପୁଣି ଜଣେ କରୋନା ଯୋଦ୍ଧା ସମେତ ୨୦ ଜଣ ନୂଆ କରୋନା ପଜିଟିଭ, ଗତ ୭ ଦିନରେ ୮୯ ଚିହ୍ନଟ, ଜିଲ୍ଲା ରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧୪

ସମ୍ବଲପୁର, ୨୨/୭ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ରୁ ଆଜି ପୁଣି ଜଣେ କରୋନା ଯୋଦ୍ଧା ଙ୍କ ସମେତ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୨୦ ଜଣଙ୍କ ମଧ୍ୟରୁ ଜଣେ କରୋନା ଯୋଦ୍ଧା ରହିଛନ୍ତି। ଚିହ୍ନଟ ମାନଙ୍କ ମଧ୍ୟରେ ୨ ଜଣ ଲେଖାଏଁ ନାବାଳକ ଓ ନାବାଳିକା ମଧ୍ୟ ରହିଛନ୍ତି। ଚିହ୍ନଟ ମାନଙ୍କ ମଧ୍ୟରେ ୮ ଜଣ ମହିଳା ଏବଂ ୧୨ ଜଣ ପୁରୁଷ ରହିଛନ୍ତି। ଜିଲ୍ଲା ର ମାନେଶ୍ଵର ବ୍ଲକ ରୁ ଜଣେ କରୋନା ଯୋଦ୍ଧା ସମେତ ୭ ଜଣ, ରେଢ଼ାଖୋଲ ରୁ ୨ ଜଣ, ଧନକଉଡା ବ୍ଲକ ରୁ ଜଣେ ଏବଂ ମହାନଗର ନିଗମ ଅଂଚଳରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ କରୋନା ଯୋଦ୍ଧା ଜଣକ ମାନେଶ୍ଵର ବ୍ଲକ ବରଗାଁ ସଂଘରୋଧ କେନ୍ଦ୍ର ର ୫୬ (ପୁରୁଷ) ଜଗୁଆଳି ବୋଲି ଜଣାପଡିଛି। ଏହି ବ୍ଲକ ରୁ ଚିହ୍ନଟ ଅନ୍ୟ ମାନଙ୍କ ମଧ୍ୟରେ ଗୋଟିଏ ପରିବାର ର ଚାରି ଜଣ ରହିଛନ୍ତି। ବ୍ଲକ ରୁ ଚିହ୍ନଟ ସମସ୍ତ ଙ୍କ ବୟସ ଯଥା କ୍ରମେ ୬୪ (ପୁରୁଷ), ୫୪ (ମହିଳା), ୫୦ (ପୁରୁଷ), ୪୫(ମହିଳା) ୬୭ (ପୁରୁଷ) ଓ ୪୦ ( ମହିଳା)। ରେଢ଼ାଖୋଲ ନୂଆସାହି ରୁ ଚିହ୍ନଟ ୨ ଜଣ ଙ୍କ ବୟସ ୫୬ (ପୁରୁଷ) ଓ ୩୦ ( ମହିଳା) ରହିଛି। ଧନକଉଡା ବ୍ଲକ ମାଝୀପାଲି ରୁ ଚିହ୍ନଟ ଜଣକ ବୟସ ୫୯ (ପୁରୁଷ)। ଠିକ୍ ସେହିପରି ମହାନଗର ନିଗମ ଅଂଚଳ ରୁ ଚିହ୍ନଟ ୧୦ ଜଣ ମଧ୍ୟରେ ଜଣେ ହୀରାକୁଦ, ଜଣେ କାଳିବାଡି, ବୁଢାରଜା ଅଂଚଳରୁ ୬ ଜଣ ଏବଂ ଅଇଁଠାପାଲି ଅଂଚଳ ରୁ ୨ ଜଣ ରହିଛନ୍ତି। ହୀରାକୁଦ ରୁ ଚିହ୍ନଟ ଜଣଙ୍କ ବୟସ ୩୯(ପୁରୁଷ) ଏବଂ କାଳିବାଡି ରୁ ଚିହ୍ନଟ ଜଣକ ବୟସ ୬୫(ମହିଳା)। ବୁଢାରଜା ଅଂଚଳ ରୁ ଚିହ୍ନଟ ସମସ୍ତ ଙ୍କ ବୟସ ଯଥା କ୍ରମେ ୪୦ (ପୁରୁଷ), ୫୩( ପୁରୁଷ), ୧୫ (ମହିଳା), ୧୨(ପୁରୁଷ), ୧୩ (ମହିଳା) ଏବଂ ୪୭ (ମହିଳା) ବୋଲି ଜଣାପଡିଛି। ଅଇଁଠାପାଲି ଅଂଚଳ ରୁ ଚିହ୍ନଟ ଉଭୟ ପୁରୁଷ ଓ ବୟସ ୨୮ ରହିଛି। ଆଜି ର ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ସମ୍ବଲପୁର ରେ ଏଯାବତ ୧୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ କରୋନା ଆକ୍ରାନ୍ତ ଚିହ୍ନଟ ସମସ୍ତ ଙ୍କୁ ଆଜି କୋଭିଡ ଡାକ୍ତରଖାନା କୁ ପଠାଇ ଦିଆଯାଇଛି ଏବଂ ସମସ୍ତ ବ୍ୟକ୍ତି ଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଜିଲ୍ଲା ରେ କରୋନା ସଂକ୍ରମଣ ସଂଖ୍ୟା ଗତ ୭ ଦିନ ଭିତରେ ୮୯ ରେ ପହଂଚିଛି। ଜିଲ୍ଲା ରେ ସଂକ୍ରମଣ ର ଭୟାବହତା କୁ ଦୃଷ୍ଟି ରେ ରଖି ଆଜି ୨୨ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟାୟ ୧୦ ଦିନ ୨ ଟି ପର୍ଯ୍ୟାୟ ରେ ସମଗ୍ର ଜିଲ୍ଲା କୁ ଜିଲ୍ଲାପାଳ ସଟ୍ ଡାଉନ୍ ଘୋଷଣା କରିଛନ୍ତି।