Odiapua.com

ସମ୍ବଲପୁର ଜଲ୍ଲାର ନରେଗା ଯୋଜନାରେ ଦିବ୍ୟାଂଗଙ୍କ ଉତ୍ସାହ

ସମ୍ବଲପୁର, ୨୯/୬ (ଓଡ଼ିଆ ପୁଅ) ସମ୍ବଲପୁର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ମହାତ୍ମା ଗାଂଧି ନରେଗା-ନିଶ୍ଚିତ ଗ୍ରାମୀଣ କର୍ମ ଯୋଜନାରେ ଦିବ୍ୟାଂଗ ହିତାଧିକାରୀ ମାନଙ୍କୁ ସାମିଲ ହୋଇଛନ୍ତି। ଫଳରେ ଏହିବର୍ଗର ଲୋକଙ୍କ ମଧ୍ୟରେ ନୂଆ ଆଶା ଉଦ୍ରେକ ହୋଇଛି। ୨୦୧୭ରେ ୮୩ ଜଣ ଦିବ୍ୟାଂଗ ହିତାଧିକାରୀ ଉପକୃତ ହୋଇଥିବା ବେଳେ ଚଳିତ ବର୍ଷ ୫୨୫ ଜଣ ଏହି ବର୍ଗର ପ୍ରାର୍ଥୀ ନରେଗା ପାଇଁ ଆବେଦନ କରିଛନ୍ତି। ଏହି ସଂଖ୍ୟା ଆହୁରି ବଢିବ। ଚଳିତ ବର୍ଷ ୧ ଲକ୍ଷ ଦୁଇ ହଜାର ଲୋକ ନରେଗା ଶ୍ରମ ପାଇଁ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ତାରେ ନାମ ପଞ୍ଜିକରଣ କରାଇଛନ୍ତି। ଅଦ୍ୟାବଧି ୧୦୫ ଜଣ ଦିବ୍ୟାଂଗ ନାମ ହିତାଧିକାରୀ ତାଲିକାରେ ସାମିଲ କରାଗଲାଣି। ଏମାନଙ୍କ ମଧ୍ୟରେ ବିଭିନ୍ନ ବ୍ଲକରୁ ବାମରାରେ ୧୪, ଧନକଉଡ଼ାରେ ୫, ଜମନକିରାରେ ୧୦, କୁଚିଂଡ଼ାରେ ୩୨, ମାନେଶ୍ୱରରେ ୧୨, ନାକ୍ଟିଦେଉଲରେ ୬, ରେଢାଖୋଲରେ ୭ ରେଂଗାଲିରେ ୧୨ ଜଣ ହିତାଧିକାରୀ ରହିଛନ୍ତି। ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଯୋଗୁ ଆବେଦନକାରୀଙ୍କ ସଂଖ୍ୟା ବୃଦ୍ଦି ପାଇଥିବା ଜଣାପଡ଼ିଛି। ଏମାନଙ୍କୁ ଉଦ୍ୟାନ କୃଷି କାର୍ଯ୍ୟରେ ନିୟୋଜିତ କରାଯାଇଛି। ଦିବ୍ୟାଂଗ ଶ୍ରମିକଙ୍କ ପାଇଁ ବ୍ଲକ ଓ ପଂଚାୟତ ରେ ସଂଯୋଜନ ନିଯୁକ୍ତ ହୋଇଛନ୍ତି। ଏହି ବର୍ଗର ହିତାଧିକାରୀ ଙ୍କ ପାଇଁ ପରିବହନ ଓ ପାନୀୟ ଜଳର ସୁବିଧା ପ୍ରତି ନଜର ଦିଆଯାଉଥିବା ଗ୍ରାମ ଉନ୍ନୟନ ସଂସ୍ତ ସୂତ୍ରରୁ ପ୍ରକାଶ।ଏବେ ସଂସ୍ତା ପକ୍ଷରୁ ଏମାନଙ୍କ ପାଇଁ ଆୟର ଅନ୍ୟ ସୁଯୋଗ ଉପର ଗୁରୁତ୍ୱ ଦିଆଯାଉଛି। ହେଲେ ସମସ୍ତ ଦିବ୍ୟାଂଗଙ୍କୁ ଦିନଦୟାଲ ଦିବ୍ୟାଂଗ ଥଇଥାନ ଯୋଜନା, ଜାତୀୟ ଦିବ୍ୟାଂଗ ଅର୍ଥ ଓ ଉନ୍ନୟନ ନିଗମ ଓ ଜାତୀୟ ସାମାଜିକ ସହାୟତା ଯୋଜନାରେ ସାମିଲ କରାଯାଇ ନରେଗାରେ ସମନ୍ୱୟ ଅଣାଯିବାକୁ ମତ ପ୍ରକାଶ ପାଇଛି। ସୂଚନା ଯୋଗ୍ୟ ଯେ, ଜିଲ୍ଲାରେ ନରେଗା କାର୍ଯ୍ୟକାରୀ ହେବା ପରେ କୂପ, ପୋଖରୀ ଖନନ, ବନୀକରଣ, ଆବାସ, ଖେଳ ପଡ଼ିଆ, ଚେକ ଡ଼୍ୟାମ ଆଦି ଭିତିଭୂମୀ ନିର୍ମାଣ କରାଯାଉଛି।