ସମ୍ବଲପୁର ୨୯-୫ (ଓଡ଼ିଆ ପୁଅ/ସରୋଜ ସାହୁ): ଆଜି ସମ୍ବଲପୁର ଜ଼ିଲ୍ଲାରୁ ପୁଣି ଜଣେ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ତେବେ କରୋନା ପଜିଟିଭ ଚି଼ହ୍ନଟ ଯୁବକ ଜଣଙ୍କ ବୟସ ୨୦ ଏବଂ ସେ ଯୁଜୋମୁରା ବ୍ଲକ ବୀରସିଂଗଡ଼ ପଂଚାୟତର ବୋଲି ଜଣାପଡିଛି। ଯୁବକ ଜଣକ ଗତ ୧୯ ତାରିଖ ଦିନ ମହାରାଷ୍ଟ୍ର ମୁମ୍ବାଇରୁ ଆସି ବ୍ଲକର କବରାପାଲି ସ୍ଥିତ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିଲେ। କରୋନା ପଜିଟିଭ ଚି଼ହ୍ନଟ ପରେ ଯୁବକଙ୍କୁ କୋଭିଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଆଜି କରୋନା ପଜିଟିଭ ଚି଼ହ୍ନଟ ଜଣାପଡିବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ସମଗ୍ର ସଙ୍ଗରୋଧ କେନ୍ଦ୍ର ପରିସରକୁ ବିଶୋଧନ କରିଥିଲେ। ତେବେ ଯୁବକଙ୍କ ସସ୍ପର୍ଶରେ ଆସିଥିବା ଲୋକଙ୍କୁ ଚି଼ହ୍ନଟ କରାଯାଉ ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ସମ୍ବଲପୁର : ଆକ୍ରାନ୍ତ ସଂଖ୍ୟା ୮, ସାବଧାନ୍ – ଯୁଜୋମୁରା ବ୍ଲକ ଛୁଁଇଲା କରୋନା
