Odiapua.com

ସମ୍ବଲପୁର : ଆକ୍ରାନ୍ତଙ୍କ ସଂଖ୍ୟା ୧୨ – ମାନେଶ୍ଵର ବ୍ଲକ ଛୁଁଇଲା କରୋନା

ସମ୍ବଲପୁର ୨-୬ (ଓଡ଼ିଆ ପୁଅ/ସରୋଜ ସାହୁ) : ଆଜି ମାନେଶ୍ଵର ବ୍ଲକରେ ପାଦ ଦେଇଛି କରୋନା। ଆଜି ସମ୍ବଲପୁର ଜ଼ିଲ୍ଲାରୁ କରୋନା ପଜିଟିଭ ଚି଼ହ୍ନଟ ବ୍ୟକ୍ତି ଜଣକ ମାନେଶ୍ଵର ବ୍ଲକର ବୋଲି ଜଣାଯାଇଛି। ତେବେ କରୋନା ପଜିଟିଭ ଚି଼ହ୍ନଟ ଏହି ଯୁବକ ଜଣଙ୍କ ବୟସ ୨୦ ଓ ବ୍ଲକର ବତେମୁରା ସ୍ଥିତ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିଲେ ବୋଲି ଜଣାପଡିଛି। ଯୁବକ ଜଣକ ଗତ ୧୯ ତାରିଖ ଦିନ ତାମିଲନାଡୁ ରୁ ଫେରିଥିଲେ। କରୋନା ପଜିଟିଭ ଚି଼ହ୍ନଟ ପରେ ଯୁବକ ଜଣଙ୍କୁ କୋଭିଡ ଡାକ୍ତରଖାନା କୁ ଆଜି ପଠାଇ ଦିଆଯାଇଛି। ତେବେ ଯୁବକଙ୍କ ସସ୍ପର୍ଶରେ ଆସିଥିବା ଲୋକଙ୍କୁ ଚି଼ହ୍ନଟ କରାଯାଉ ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପୂର୍ବରୁ ସମ୍ବଲପୁର ଜ଼ିଲ୍ଲାରେ ୧୧ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ବେଳେ ଏବେ ଏହା ୧୨ ରେ ପହଁଚିଛି। ସେମାନଙ୍କ ମଧ୍ୟରେ ୧୦ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି। ତେବେ ଆଜି ପ୍ରଥମ କରି ଜ଼ିଲ୍ଲାର ମାନେଶ୍ୱର ବ୍ଲକରେ କରୋନା ପୋଜିଟିଭ ଚି଼ହ୍ନଟ ସହ ବ୍ଲକରେ ପାଦ ଦେଇଛି କରୋନା।