Odiapua.com

ସମ୍ବଲପୁର ଆଇଆଇଏମରେ ଲିଡ଼ରସିପ କନକ୍ଲେଭ ଅନୁଷ୍ଟିତ

ସମ୍ବଲପୁର, ୨୧/୯ (ଓଡ଼ିଆ ପୁଅ) ଭାରତୀୟ ପ୍ରବଂଧନ ସଂସ୍ତାନ ଆଇଆଇଏମ-ସମ୍ବଲପୁର ପକ୍ଷରୁ ଆଜି ଏହାର ଜ୍ୟୋତିବିହାର କ୍ୟାମ୍ପସଠାରେ ମାନବ ସମ୍ବଳ ନେତୃତ୍ୱ ଉପରେ ନୂତନ ଯୁଗରେ ମାନବ ସମ୍ବଳର ଗତିବିଧି ସମ୍ପର୍କରେ ଏକ କନକ୍ଲେଭ- ୨୦୧୯ ଆୟୋଜନ କରାଯାଇଥିଲା। ଏଥିରେ ରାଜ୍ୟ ତଥା ପଡୋଶି ରାଜ୍ୟର ବିଭିନ୍ନ ଶିଳ୍ପରୁ ବିଶିଷ୍ଟ ପ୍ରବଂଧକ ମାନେ ଯୋଗଦେଇ ମାନବ ସମ୍ବଳ ପରିଚାଳନାରେ ସେମାନଙ୍କ ଅଭିଜ୍ଞତା ଏବଂ ଏହି କ୍ଷେତ୍ରରେ ନୂତନ ଶୈଳୀର ପ୍ରୟୋଗ ଉପରେ ଆଲୋଚନା କରିଥିଲେ। ସମ୍ମିଳନୀରେ ନିବଂଧ ଉପସ୍ତାପନକରି ଝାରସୁଗୁଡ଼ା ବିମାନ ବନ୍ଦରର ନିର୍ଦ୍ଦେଶକ ଏସ କେ ଚୈାହାନ କହିଲେଯେ, ପ୍ରତିଦ୍ୱନ୍ଦିତା ଓ ପରିବର୍ତ୍ତନଶୀଳ ବାଣିଜ୍ୟିକ ପରିବେଶରେ ପ୍ରବଂଧନ ଏକ ଆହ୍ୱାନ ଅଟେ। ଯେ କୈାଣସି କମ୍ପାନୀରେ ମାନବ ସମ୍ବଳ ପରିଚାଳନାର ଆବଶ୍ୟକତା ଏହାର ବିଭିନ୍ନ ଦିଗ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ। ଜିଇ ସାଉଥ ଏସିଆର ମୁଖ୍ୟ ଯୋଗାଯୋଗ ଅଧିକାରୀ ରଚନା ପଂଡ଼ା, ହୀରାକୁଦ ହିଂଡ଼ାଲକୋର ମାନବ ସମ୍ବଳ ବିଭାଗରମୁଖ୍ୟ କ୍ରିଷ୍ନା ପାଢୀ, ଓାଲମାର୍ଟ ଲ୍ୟାବର ଡ଼ାଟା ଏନାଲିଟିକ୍ସ ଡ଼. ସୋନିକା ଶର୍ମା, ବାଂଗାଲୁରୁ କେପଜେମିନୀର ବିକାଶ ବିଭାଗର ନିର୍ଦ୍ଦେଶକ ଡ଼. ତନୁଶ୍ରୀ ପ୍ରମୁଖ ଏଥିରେ ଯୋଗଦେଇ ବାଣିଜ୍ୟ, ଶିଳ୍ପ ଆଦି କ୍ଷେତ୍ରରେ ମାନବ ସମ୍ବଳର ପ୍ରବଂଧନ ସହିତ ଏଥିରେ କ୍ରମଶ ଉନ୍ନତି ଆଣିବା ସକାଶେ ଗବେଷଣା ଓ ଅଧ୍ୟୟନ ଉପରେ ଆଲୋଚନା କରିଥିଲେ। ପ୍ରାରଂଭରେ ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ଡ଼. ମହାଦେବ ଜୟଶ୍ୱାଲ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବାବଦରେ ସୂଚନା ଦେଇଥିଲେ। ଡ଼. ଅତ୍ରୀ ସେନଗୁପ୍ତା ଏବଂ ପ୍ର. ସୁମିତା ସିଂଧି ଏହାକୁ ସଂଯୋଜନା କରିଥିବା ବେଳେ ପ୍ର. ଦୀପ୍ତି ରଞନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।