Odiapua.com

ସମ୍ବଲପୁରର ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତାଙ୍କ ସମେତ ରାଜ୍ୟର ୧୦ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

ସମ୍ବଲପୁର, ୨୦-୭ (ଓଡ଼ିଆ ପୁଅ/ସରୋଜ ସାହୁ): ଆଗାମୀ ଅଗଷ୍ଟ ୯ ତାରିଖ ପବିତ୍ର ଅଗଷ୍ଟ କ୍ରାନ୍ତି ଦିବସରେ ଓଡ଼ିଶାର ୧୦ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କରିବେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ସମ୍ବଲପୁର ଜିଲ୍ଲା ମୁରା କଲମୀ ଗାଁର ୯୪ ବର୍ଷ ବୟସ୍କ ମାନ୍ୟବର ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତାଙ୍କୁ ମଧ୍ୟ ରାଷ୍ଟ୍ରପତି ସମ୍ବର୍ଦ୍ଧିତ କରିବେ। କୋଭିଡ କଟକଣା ଯୋଗୁଁ ସ୍ୱାଧୀନତା ସଂଗ୍ରାମୀ ରାଷ୍ଟ୍ରପତି ଭବନ ଯିବେନି। ଏହି ଦିନ ଜିଲ୍ଲାପାଳମାନେ ସଂଗ୍ରାମୀଙ୍କ ଘରକୁ ଯାଇ ସମ୍ମାନିତ କରିବେ।

୧୯୨୬ ମସିହାରେ ଅଭିଭକ୍ତ ସମ୍ବଲପୁର ଜ଼ିଲ୍ଲା ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡ ରେ ଥିବା ତିଲିଆ ଫଟାପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଏହି ମହାନ ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା। ୧୬ ବର୍ଷ ବୟସ ରୁ ଦେଶ ପ୍ରେମ ରେ ଉଦ୍ ବୃଦ୍ଧ ହୋଇ ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନ ରେ ଯୋଗଦାନ କରିଥିଲେ। ୧୯୪୨ ମସିହାରେ ସାଥି ମାନଙ୍କ ସହିତ ଇଂରେଜ ସରକାର ଦ୍ୱାରା ଗିରଫ ହୋଇ ୧ ବର୍ଷ ସଶ୍ରମ ଜେଲ କାରାବରଣ ସହିତ ଅର୍ଥ ଦଣ୍ଡରେ ମଧ୍ୟ ଦଣ୍ଡିତ ହୋଇଥିଲେ।