Odiapua.com

ସମ୍ବଲପୁରର ଇସାକ୍ ମୁଣ୍ଡାଙ୍କୁ ‘ମନ୍ କି ବାତ୍’ରେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆ ଦିଲ୍ଲୀ ୨୫-୭ (ଓଡ଼ିଆ ପୁଅ) : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୯ ତମ ମନ କି ବାତ୍‍ କାର୍ଯ୍ୟକ୍ରମରେ ସମ୍ବଲପୁରର ଇସାକ ମୁଣ୍ଡାଙ୍କୁ ମନ୍ କି ବାତରେ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ଇଷାକ ମୁଣ୍ଡା ନିଜ ଉଦ୍ୟମରେ ଜଣେ ଲୋକପ୍ରିୟ ୟୁଟ୍ୟୁବର। ସଂସ୍କୃତି ଓ ପର୍ଯ୍ୟଟନକୁ ଏକାଠି କରି ଆମ ସମସ୍ତଙ୍କୁ ସେ ପ୍ରେରଣା ଆଣି ଦେଇଛନ୍ତି। ଗତବର୍ଷ ପର୍ଯ୍ୟନ୍ତ ଦିନ ମଜୁରିଆ ଥିବା ଇସାକ ମୁଣ୍ଡା ଆଜି ୟୁଟ୍ୟୁବ୍ ସେନସେସନ୍ ପାଲଟି ଯାଇଛନ୍ତି। ନିଜ ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ଅର୍ଥ ରୋଜଗାର କରୁଛନ୍ତି। ତାଙ୍କ ଭିଡିଓରେ ସ୍ଥାନୀୟ ଖାଦ୍ୟ, ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରିବାର ପ୍ରଣାଳୀ, ନିଜ ଗାଁ, ନିଜ ଜୀବନଶୈଳୀ ଓ ପରିବାର ସଂପର୍କରେ କହିଥାନ୍ତି। ଟେକ୍ନୋଲୋଜିକୁ ବ୍ୟବହାର କରି ଇସାକ ମୁଣ୍ଡା ଆଜି ୟୁଟ୍ୟୁବ୍ ସେନସେସନ୍ ହୋଇଯାଇଥିବାରୁ ମୋଦି ତାଙ୍କୁ ପ୍ରଶଂସା କରିଛନ୍ତି।

https://twitter.com/BJP4Odisha/status/1419182923589111820