Odiapua.com

ସମ୍ବଲପୁରରେ ଯୋରଦାର ହେବ ବିଜେଡ଼ିର ସଦସ୍ୟତା ଅଭିଯାନ ପୁରୁଖା ଓ ତରୁଣ ନେତାଙ୍କ ମିଳିତ ସଭାରେ ନିଷ୍ପତି

ସମ୍ବଲପୁର, ୧୯/୯ (ଓଡ଼ିଆ ପୁଅ) ସମ୍ବଲପୁରରେ ବିଜୁ ଜନତା ଦଳ ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନକୁ ଯୋରଦାର କରାଯିବ। ବୁଧବାର ଦିନ ଶାନ୍ତିନଗର ଠାରେଥିବା ଦଳର କାର୍ଯ୍ୟାଳୟରେ ଅନୁଷ୍ଟିତ ଏକ ମିଳିତ ବୈଠକରେ ଏହି ନିଷ୍ପତି ନିଆଯାଇଛି। ପୂର୍ବତନ ବିଧାୟିକା ଡ଼ା. ରାସେଶ୍ୱରୀ ପାଣିଗ୍ରାହୀ ଏଥିରେ ସଭାପତିତ୍ୱ କରିଥିଲେ। ସଭାରେ ଦଳର ସାଧାରଣ ଏବଂ ସକ୍ରୀୟ ସଦସ୍ୟ ପଞିକରଣ ଅଭିଯାନକୁ ତୃଣମୂଳ ସ୍ତରରେ ପହଂଚାଇବା ବିଷୟ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ବିଧାନସଭା ନିର୍ବାଚନ କ୍ଷେତ୍ର ଅନ୍ତର୍ଗତ ସମସ୍ତ ଓାର୍ଡ଼ ରେ ଏହି ଅଭିଯାନକୁ ସୁଦୁରପ୍ରସାରୀ କରାଯିବା ଉପରେ ସମସ୍ତେ ପ୍ରୟାସ କରିବାକୁ ଦଳର ନେତୃବୃନ୍ଦ ଗୁରୁତ୍ୱାରୋପ କରିଥିଲେ। ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ମୋ ସରକାର ମିଶନ ଜରିଆରେ ଲୋକଙ୍କୁ ଉତମ ସେବା ପ୍ରଦାନ ପାଇଁ ହୋଇଥିବା ନିଷ୍ପତିକୁ ସ୍ୱାଗତ କରାଯାଇ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଯୁଗାନ୍ତକାରୀ ଅଟେ ବୋଲି ସଭାରେ ଡ଼ା. ପାଣିଗ୍ରାହୀ ମତବ୍ୟକ୍ତ କରିଥିଲେ। ସଭାରେ ପୂର୍ବତନ ନଗରପାଳ ତଥା ଜିଲ୍ଲା ବିଜେଡ଼ି କୃଷକ ସଂଗଠନର ସଭାପତି ଆନନ୍ଦ ଜେନା, ଅର୍ତତ୍ରାଣ ମିଶ୍ର, ସୈାରୀ ନାରାୟଣ ପାଣିଗ୍ରାହୀ, ଅଶୋକ ସେନାପତି, ବାମଦେବ ଷଡ଼ଂଗୀ, ରାଜ କିଶୋର ଦାସ, ଦେବେନ୍ଦ୍ର କିଶୋର ପତି, ରବି ରଞ୍ଜନ ପୂଜାରୀ, କାଶ୍ୟପ ସୂପକାର, କଳ୍ପନା ମିଶ୍ର, ବିଜେଡ଼ି ମହିଳା ଶାଖାର ଜିଲ୍ଲା ସଭାନେତ୍ରୀ, ରାଜଲକ୍ଷ୍ମୀ ପ୍ରଧାନ, ହେରମ୍ବ ଚନ୍ଦ୍ର ଦାନୀ, ବିଜେଡ଼ି ବୁର୍ଲା ନଗର ସଭାପତି ଦେବାଶୀଷ ନନ୍ଦ, ସଦର ଶାଖା ସଭାପତି ପ୍ରଫୁଲ୍ଲା ଦାଶ, ବିହାରୀଲାଲ ପାନସାରୀ, ଦୁଲାଲ ଚନ୍ଦ୍ର ରାୟ, ସଂଗୀତା ସ୍ୱାଇଁ, ମାମି ନାୟକ, ସୈରିଂଧ୍ରୀ ନାଏକ, ସୁବାସିନୀ ଓରାମ, ସୁମନ୍ତ୍ର ପଂଡ଼ା, ବିଜୟ ଆଜମେରିଆ, ସଚ୍ଚିନ୍ଦ୍ର ସାହୁ, ଫଣିନ୍ଦ୍ର ପଟ୍ଟନାୟକ, ପ୍ରକାଶ ପ୍ରଧାନ, ଅନିଳ ପାଣିଗ୍ରାହୀ, ପ୍ରଶାନ୍ତ ଥାପା, ପ୍ରହଲ୍ଲାଦ ଗୁରୁ ପ୍ରମୁଖ ଯୋଗଦେଇଥିଲେ।