Odiapua.com

ସମ୍ବଲପୁରରେ ପୁଣି ୨ କରୋନା ପଜିଟିଭ ଚି଼ହ୍ନଟ

ସମ୍ବଲପୁର (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁରରେ ଆଜି ପୁଣି ୨ ଜଣ କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସମ୍ବଲପୁର ଜ଼ିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ଏବେ ୫ ରେ ପହଂଚିଛି। ତେବେ ଆଜି ଚି଼ହ୍ନଟ ଚାରି ନମ୍ବର କରୋନା ଆକ୍ରାନ୍ତ ବ୍ୟକ୍ତି ସରକାରୀ ସଙ୍ଗରୋଧ କେନ୍ଦ୍ର ଥିବା ବେଳେ ୫ ନମ୍ବର କରୋନା ଆକ୍ରାନ୍ତ ଚି଼ହ୍ନଟ ବ୍ୟକ୍ତି ସୋନାପାଲୀ ଅଂଚଳର ଏବଂ ସେ ନିଜସ୍ୱ ଗୃହରେ ଏକାନ୍ତବାସରେ ଥିଲେ ବୋଲି ସମ୍ବଲପୁର ଜ଼ିଲ୍ଲାପାଳ ଶୁଭମ ସାକ୍ସସେନା ସୂଚନା ଦେଇଛନ୍ତି। ଏହା ସହିତ ଜନସାଧାରଣ କୌଣସି ଭୟଭୀତ ନ ହେବା ଏବଂ ପୋଲିସ ପ୍ରଶାସନ କୁ ସହଯୋଗ କରିବାପାଇଁ ନିବେଦନ କରିଛନ୍ତି ଜ଼ିଲ୍ଲାପାଳ। ସମସ୍ତେ ସରକାରଙ୍କ କରୋନା ଗାଇଡ଼ଲାଇନକୁ ଅନୁସରଣ କରିବା ସହିତ ନିୟମିତ ବ୍ୟବଧାନରେ ହାତ ଧୋଇବା, ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ୱ କୁ ଗୁରୁତ୍ୱ ଦେବାକୁ ଜ଼ିଲ୍ଲାପାଳ ଅପିଲ କରିଛନ୍ତି।