Odiapua.com

ସମ୍ବଲପୁରରେ ପୁଣି ୨ କରୋନା ପଜିଟିଭ ଚି଼ହ୍ନଟ

ସମ୍ବଲପୁର, ୨୮-୫ (ଓଡ଼ିଆ ପୁଅ/ସରୋଜ ସାହୁ) : ଆଜି ସମ୍ବଲପୁରରେ ପୁଣି ୨ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ଉଭୟ ପୁରୁଷ ଏବଂ ବୟସ ୨୨ ଏବଂ ୨୬ ବୋଲି ଜଣାପଡିଛି। ୨୨ ବର୍ଷ ଯୁବକ ଜଣକ ଗତ ୧୭ ତାରିଖ ଦିନ ଉତ୍ତର ପ୍ରଦେଶ ର ଆଗ୍ରା ଏବଂ ୨୬ ବର୍ଷ ବୟସ ଯୁବକ ଜଣକ ଗତ ୧୬ ତାରିଖ ଆନ୍ଦ୍ରପ୍ରଦେଶ ରାଜ୍ୟ ବିଶାଖାପାଟନମ ରୁ ଫେରି ଉଭୟ ଜମlଦlରପାଲି ସ୍ଥିତ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିଲେ। କରୋନା ପଜିଟିଭ ଚି଼ହ୍ନଟ ପରେ ସେମାନଙ୍କୁ କୋଭିଡି ଡାକ୍ତରଖାନା କୁ ପଠାଇ ଦିଆଯାଇଛି ଏବଂ ସେମାନଙ୍କ ଗସ୍ତ ର ଅଧିକ ବିବରଣୀ ଜାରୀ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ପୂର୍ବରୁ ସମ୍ବଲପୁର ଜ଼ିଲ୍ଲାରେ ୫ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ବେଳେ ଏବେ ଏହା ୭ ରେ ପହଁଚିଛି। ସେମାନଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି।