Odiapua.com

ସମ୍ବଲପୁରରେ ଦ୍ୱିତୀୟା ରଥ

ସମ୍ବଲପୁର ୫-୭ (ଓଡ଼ିଆ ପୁଅ) : ଭାବମୟ ପରିବେଶ ମଧ୍ୟରେ ସମ୍ବଲପୁର ସହରରେ ଭାବଗ୍ରାହୀ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଆରମ୍ଭ ହେ।ଇଛି। ମହାପ୍ରଭୂ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଙ୍କୁ ରଥରେ ଦର୍ଶନ ପାଇଁ ଭକ୍ତମାନଙ୍କ ନାହିଁନଥିବା ସମାଗମ ପରିଲକ୍ଷିତ ହୋଇଛି। ପରଂପରାନୁଯାୟୀ ଆଜି ଗୁରୁବାର ପହଣ୍ଡି ଓ ଛେରାପହଁରା ଅନୁଷ୍ଠିତ ହୋଇଛି। ଝାଡ଼ୁଆପଡ଼ାର ବ୍ରହ୍ମପୁରା, ମହାନ୍ତିପଡ଼ାର ଦଧିବାମନ, କୁଞ୍ଜେଲପଡ଼ାର ହୋତାପଡ଼ା, ହାଟପଡ଼ାର ସତ୍ୟବାଦୀ, ଦଲେଇପଡ଼ାର ମଦନମୋହନ ଓ ଲିଆଖାଇ, ନନ୍ଦପଡ଼ାର ଯଜ୍ଞବରାହ, ଗୁରୁପଡ଼ାର ଟିମିନି, ବାଲିବନ୍ଧାର କୋଠା ମହାପ୍ରଭୁ, ମୁଦିପଡ଼ାର ଜଗନ୍ନାଥ, ମଠପାଲିର ରାନିମଠ, ଭତ୍ରାର ରାମଜୀ ମଠ, ଧନୁପାଲିର ଗୋପାଲଜୀ, କମଳିବଜାରର ଗୋପାଲଜୀମଠର ଜଗନ୍ନାଥ, ବୁଢ଼ାରଜା, ଧନକଉଡ଼ା, ଗୋଲବଜାର, କ୍ଷେତରାଜପୁର, ବଡ଼ବଜାର, ବାଲିବନ୍ଧାର ରଘୁନାଥଜୀଉ ମନ୍ଦିର, ସାକ୍ଷୀପଡ଼ାର ରାଧାମଦନଗୋପାଳ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଛି। ସହରର ପୁରାତନ ମନ୍ଦିର ମାନଙ୍କରେ ହେଉଥିବା ରଥଯାତ୍ରା ପାଇଁ ପଥ ସକାଶେ ସ୍ୱତନ୍ତ୍ର କ୍ରମ ରହିଛି। ଏଥିପାଇଁ ଥିବା ଲୋକଗୀତ ଅନୁଯାୟୀ, ପରଂପରା ଓ ବରିଷ୍ଠତା ଭିତିରେ ରଥଗୁଡ଼ିକ ବଡ଼ ସଡ଼କ ଦେଇ କ୍ରମାନ୍ୱୟରେ ଯାଆନ୍ତି। ଏହା ବର୍ତମାନ ମଧ୍ୟ ଅନୁସରଣ କରାଯାଉଛି।

ବରହମ୍ପୁରା ନାକେ ଚନ୍ଦନ, ତା ପଛକୁ ଦଧିବାମନ।
ଦଧିବାମନ ଖାଇଲେ ପେଡ଼ା, ତା ପଛକୁ ହେ।ତାପଡ଼ା।
ହେ।ତାପଡ଼ା ଚକଗରଜି, ତା ପଛକୁ ସତ୍ୟବାଦୀ।
ସତ୍ୟବାଦୀ ହେଲେ ମଉନ, ତା ପଛକୁ ମଦନମେ।ହନ।
ମଦନମେ।ହନ ହେଲେ ବାଇ, ତା ପଛକୁ ଲିଆଖାଇ।
ଲିଆଖାଇ ଖାଇଲେ ଲିଆ, ତା ପଛକୁ ବୁଢ଼ା ବାରିହା।
ବାରିହା ବୁଢ଼ା ଖାଇଲେ ମୁଢ଼ି, ତା ପଛକୁ ଟିମିନି ଗୁଡ଼ି।
କୁଠା ମାହାପୁରୁର୍ ଏଡ଼େ ଗଣ୍ଡି, ସେ ନାଇଁ ଯାଏ ବିନାଖଣ୍ଡି।

ଝାଡ଼ୁଆପଡ଼ାର ବ୍ରହ୍ମପୁରା ମନ୍ଦିର ବା ଗୁଡ଼ି ମହାପ୍ରଭୁଙ୍କ ପହଣ୍ଡି ପୁର୍ବାହ୍ନରେ ଅନୁଷ୍ଟିତ ହୋଇଥିଲା।ଏଥିସହିତ ଅନ୍ୟ ମନ୍ଦିରର ଜଗନ୍ନାଥଙ୍କ ପହଣ୍ଡି ବିଧି ଆୟୋଜିତ ହୋଇଥିଲା। ବ୍ରହ୍ମପୁରା ଠାକୁରଙ୍କ ରଥରେ ପହଣ୍ଡି ହେବା ପରେ ଦଧିବାମନ, ହୁତାପଡ଼ା, ଯଜ୍ଞବରାହ, ସତ୍ୟବାଦୀ, ମଦନମୋହନ, ଲିଆଖାଇ, ଟିମନିଗୁଡ଼ି ଆଦିର ରଥରେ ପହଣ୍ଡି ହୋଇଥିଲା। ପ୍ରଥା ଅନୁସାରେ ବ୍ରହ୍ମପୁରା ମନ୍ଦିରର ତିନିଠାକୁରଙ୍କ ପହଣ୍ଡି ବିଜେ ସମୟରେ ସୂପକାର ଓ ବେହେରା ପରିବାରର ଦାୟାଦଗଣ ଠାକୁରମାନଙ୍କୁ ବହନ କରିଥିଲେ। ପରେ ପରେ ରଥ ଟଣା ହୋଇଥିଲା। ପଶ୍ଚିମ ଓଡ଼ିଶାର ପରଂପରା ଅନୁଯାୟୀ ତିନି ଠାକୁର ଗେ।ଟିଏ ରଥରେ ବିରାଜମାନ ହୋଇଥାନ୍ତି। ଶନିବାର ସକାଳେ ପହଣ୍ଡିବିଜେ ହୋଇ ରଥଟଣା ହେ।ଇଥିଲା। ଶହ ଶହ ବର୍ଷଧରି କେତେକ ମନ୍ଦିରର ରଥ ବିନାଖଣ୍ଡିକୁ ଯାଉଥିବାବେଳେ ଆଉ କେତେକ ମନ୍ଦିରର ଜଗନ୍ନାଥଙ୍କ ମାଉସୀ ମା’ ମନ୍ଦିର ସଂପୃକ୍ତ ଜଗନ୍ନାଥ ମନ୍ଦିର ନିକଟରେ ରହିଛି। ହେଲେ ଏଥର ବିନାଖଣ୍ଡିକୁ ସଂଯୋଗ କରୁଥିବା ରାସ୍ତାରେ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଟାଉନ୍ହଲ୍ ପଡ଼ିଆ ପର୍ଯ୍ୟନ୍ତ ରଥଗୁଡ଼ିକ ପହଂଚିଥିଲା। ଏଠାରେ ରଥ ମାନଙ୍କ ବାଟ ରହିଣି ହେବ। ଆସନ୍ତାକାଲି ଅପରାହ୍ନରେ ପୁନର୍ବାର ରଥଟଣା ଆରମ୍ଭ ହେବ। ଅପରାହ୍ନ ସୁଦ୍ଧା ରଥଗୁଡ଼ିକ ଗୁଣ୍ଡିଚା ମନ୍ଦିର ମାନଙ୍କରେ ପହଂଚିବ। କୁନି କୁନି ପିଲାଙ୍କ କୁନି ରଥ ସମଗ୍ର ସହରକୁ ଜଗନ୍ନାଥମୟ କରିଦେଇଛି। ସୂଚନାଯେ।ଗ୍ୟ ଯେ, ସମ୍ବଲପୁର ସହରରେ ୨୭ଟି ମନ୍ଦିରରେ ଜଗନ୍ନାଥ ପୂଜା ପାଆନ୍ତି। ତନ୍ମଧ୍ୟରୁ ୨୫ଟି ସ୍ଥାନରେ ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ରଥଯାତ୍ରା ପାଳନ କରାଯାଇଥାଏ। ଶ୍ରୀଗୁଂଡ଼ିଚା ମନ୍ଦିର ମାନଙ୍କରେ ବିଗ୍ରହ ଶାତ ଦିନ ଧରି ରହିବେ। ଏଠାରେ ମହାପ୍ରଭୂ ପ୍ରତି ସଂଧ୍ୟାରେ ବାହୁଡ଼ା ପୂର୍ବ ଦିନ ପର୍ଯ୍ୟନ୍ତ ବିଭିନ୍ନ ରୂପରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ। ଜିିଲ୍ଲା ର ୨୨୦ ରୁ ଅଧିକ ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରରେ ଆଜି ରଥଯାତ୍ରା ଅନୁଷ୍ଟିତ ହେଉଛି। ଅନ୍ୟ ପକ୍ଷରେ ପରମ୍ପରା ଅନୁସାରେ ଏଥର ମଧ୍ୟ ନବଜାତକ ଶିଶୁ ମାନଙ୍କ ରଥ ଛୁଆନି ବିଧି ପାଇଁ ରଥ ମାନଙ୍କରେ ଭିଡ଼ ଦେଖିବାକୁ ମିଳିଥିଲା। ନବଜାତ ଶିଶୁ ମାନେ ଅନ୍ନ ପ୍ରାଶନ ଉତାରୁ ରଥାରୁଢ ଦିଅଁଙ୍କୁ ଦର୍ଶନ କଲା ଉତାରୁ ମନ୍ଦିରକୁ ଯାଇପାରନ୍ତି। ଏହି ବିଧି ପାଇଁ ପରିବାରର ବରଷ୍ଟ ସଦସ୍ୟ ଙ୍କ ସହିତ ଶିଶୁ ମାନେ ନୂଆ ପୋଷାକ ପରିଧାନ କରି ରଥ ପାଖକୁ ଆସିଥିଲେ।