କେନ୍ଦ୍ରାପଡା ୧୯/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଛତର ସେବା ସମବାୟ ସମିତି ସମ୍ପାଦକଙ୍କ ଅବହେଳାରୁ ଧାନ ବିକ୍ରୀ କରିବାକୁ ଅପେକ୍ଷାରତ ଚାଷୀମାନେ ହତାଶ ହୋଇ ପଡିିଥିବା ଅଭିଯୋଗ ହୋଇଛି। ୫୦ରୁ ଉର୍ଦ୍ଧ୍ୱ ଚାଷୀ ଧାନବସ୍ତା ସମିତି ସମ୍ମୁଖରେ ରଖି ବିକ୍ରୀ କରିନପାରି ହତାଶ ହୋଇଥିବା ଦେଖାଯାଇଛି। ବେସାମରିକ ଯୋଗାଣ ଅଧିକାରୀ ରଜନିକାନ୍ତ ଦାସଙ୍କୁ ସଂପୃକ୍ତ ଚାଷୀମାନେ ଅଭିଯୋଗ କରିବା ସହିତ ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବା ପାଇଁ ଚେତାବନି ଦେଇଥିବା ଜଣାପଡିଛି। ଅଭିଯୋଗ ଅନୁଯାଇ ସଂପୃକ୍ତ ଚାଷୀମାନେ ଟୋକନ ପାଇ ସମିତି ସମ୍ମୁଖରେ ଧାନ ବସ୍ତା ରଖି ଥିବା ବେଳେ ସମିତିର ସମ୍ପାଦକ ଧାନ କିଣିବାରେ ଅବହେଳା କରିଥିବା ବେଳେ ଗତ ଫେବୃଆରୀ ୨୬ ତାରିଖରୁ ଅନଲାଇନ ସାଇଟ ବନ୍ଦ ହୋଇଯାଇଥିଲା। ସମ୍ପାଦକଙ୍କ ଉଦାସିନତା ଯୋଗୁଁ ଚାଷୀଙ୍କ ଠାରୁ ଧାନ କିଣା ନ ଯିବା ଫଳରେ ପ୍ରାୟ ୮ ଶହରୁ ଉର୍ଦ୍ଧ୍ୱ କ୍ୱିଣ୍ଟାଲ ଧାନ ସମିତି ସମ୍ମୁଖରେ ପଡିରହିଛି। ଏ ସମ୍ପର୍କରେ ବେଷାମରିକ ଯୋଗାଣ ଅଧିକାରଙ୍କ ସମେତ ଏଆରସିଏସ୍, ଡିଆରସିଏସ ଓ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ସଚିବଙ୍କୁ ଚାଷୀମାନେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି।
ସମ୍ପାଦକଙ୍କ ଅବହେଳାରୁ ଚାଷୀଙ୍କ ଧାନ ବିକ୍ରୀ ହୋଇନପାରିବା ଅଭିଯୋଗ
