Odiapua.com

ସମୁଦ୍ରରେ ସ୍ନାନ କରୁଥିଲେ ପର୍ଯ୍ୟଟକ – ଏବେ ନିଖୋଜ, ବନ୍ଧୁ ଉଦ୍ଧାର ହେଲେ ଅନ୍ୟ ଜଣେ ନିଖୋଜ

ପୁରୀ ୧୬-୮ (ଓଡ଼ିଆ ପୁଅ) ସମୁଦ୍ର ସ୍ନାନ ବେଳେ ପର୍ଯ୍ୟଟକ ନିଖୋଜ। ନିଖୋଜ ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମ ବଙ୍ଗର ରବି ସିଂ। ବୟସ ୨୧ବର୍ଷ। ଦିଗ ବାରେଣୀ ସେକ୍ଟର ୧ନମ୍ବର ଅଞ୍ଚଳରେ ସ୍ନାନ ସମୟରେ ନିଖୋଜ। ସେ ଓ ତାଙ୍କ ବନ୍ଧୁ ଦୁଇଜଣ ଗତକାଲି ପୁରୀ ଆସିଥିଲେ। ଆଜି ଉଭୟ ସ୍ନାନ ସମୟରେ ବୁଡ଼ିଯାଇଥିଲେ। ଜଣେ ଉଦ୍ଧାର ହୋଇଥିବା ବେଳେ ଅନ୍ୟଜଣେ ନିଖୋଜ ହୋଇଯାଇଛନ୍ତି। ଉଦ୍ଧାର ହୋଇଥିବା ଯୁବକ ଜଣଙ୍କ ନାମ ସାଗର କୁମାର ଚୌଧୁରୀ, ଘର ବିହାର ଅଞ୍ଚଳରେ ବୋଲି ଜଣାପଡିଛି।