Odiapua.com

ସମାଜସେବୀ ସୁରେନ୍ଦ୍ର ସାହୁଙ୍କ ପରଲୋକ

ପୁରୀ, ୧୪/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ବିଶିଷ୍ଟ ସମାଜ ସେବୀ ତଥା ଖାଦ୍ୟ ବ୍ୟବସାୟୀ ସୁର୍ତ୍ରେ ସାହୁଙ୍କର ଗତକାଲି ମଧ୍ୟ ରାତ୍ରରେ ପୁରୀ ସଦର ମହକୁମା ଚିକିତ୍ସାଳୟରେ ପରଲୋକ ହୋଇଯାଇଛି। ସ୍ୱର୍ଗତ ସାହୁଙ୍କର ପୋଷ୍ଟ ଅଫିସ ଛକ ନିକଟରେ ଏକ ଜଳଖିଆ ଦୋକାନ ରହିଥିଲା। ତାଙ୍କର ପେଷା ବ୍ୟବସାୟ ଥିଲେ ମଧ୍ୟ ନିଶା ଥିଲା ସମାଜ ସେବା। ତାଙ୍କ ଦୋକାନରେ ସେ କୈାଣସି କର୍ମଚାରୀ ନ ରଖି ନିଜେ ଏକାକୀ ଭାବେ ସବୁ କରୁଥିଲେ। ଗ୍ରାହକମାନଙ୍କ ମଧ୍ୟରେ ସେ ଅତ୍ୟନ୍ତ ଲୋକପ୍ରିୟ ଥିଲେ। ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବାପରେ ବହୁ ଆତ୍ମୀ ସ୍ୱଜନ ଓ ଶୁଭେଚ୍ଛୁ ଡ଼ାକ୍ତରଖାନାକୁ ଯାଇ ତାଙ୍କର ଶେଷ ଦର୍ଶନ କରିଥିଲେ। ତାଙ୍କର ମର ଶରୀରକୁ ତାଙ୍କ ବାସ ଭବନଠାରୁ ଏକ ପଟୁଆରରେ ସ୍ୱର୍ଗଦ୍ୱାରକୁ ନିଆଯାଇଥିଲା। ସ୍ୱର୍ଗଦ୍ୱାରଠାରେ ତାଙ୍କର ଜ୍ୟେଷ୍ଠପୁତ୍ର ପୂର୍ଣ୍ଣଚନ୍ଦ୍ର ମୁଖାଗ୍ନି ଦେଇଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ୩ ପୁଅ, ପୁତ୍ର ବଧୂ, ନାତି ନାତୁଣୀ ଓ ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ଥିଲେ। ତାଙ୍କର ମୃତ୍ୟୁରେ ମୋଚିସାହି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସ୍ୱର୍ଗତ ସାହୁ ଜଣେ ମିଷ୍ଟଭାଷୀ, ପରେପକାରୀ, ଧର୍ମପରାୟଣ ବ୍ୟକ୍ତି ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା।