Odiapua.com

ସମାଜସେବୀ ସଚ୍ଚା ମଣିଷ ମହେନ୍ଦ୍ର ପଣ୍ଡାଙ୍କ ଏକାଦଶାହ ଦିବସରେ ଶ୍ରଦ୍ଧାଞ୍ଜଳି

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ସମାଜସେବୀ, ପୂର୍ବତନ ବିଚାର ବିଭାଗ ଅଦାଲତ, ବ୍ଲକ ଓ ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ, ସଚ୍ଚା ମଣିଷ ମହେନ୍ଦ୍ର କୁମାର ପଣ୍ଡାଙ୍କ ଏକାଦଶାହ ଦିବସ ବ୍ୟାପୀ କାର୍ଯ୍ୟକ୍ରମ ଭଦ୍ରକ ସହରର କୁଆଁସ ଗ୍ରାମ ଏବଂ ଶ୍ରଦ୍ଧାଞ୍ଜଳି ସମାରୋହ, ଭଜନ ସନ୍ଧ୍ୟା ଭାଗବତ କଲ୍ୟାଣ ମଣ୍ଡପ, ନୂଆବଜାର ଠାରେ ଅନୁଷ୍ଠିତ ହୋଇ ଯାଇଛି। ସମ୍ବାଦଦାତା ଅଶୋକ କୁମାର ନାୟକଙ୍କ ଆବାହକତ୍ୱ ଓ ସଂଯୋଜନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବରିଷ୍ଠ ସାମ୍ବାଦିକ ଅମର ନାୟକ, ରୋଟାରିଆନ ଅତିଶ ବେହେରା, କାଉନସିଲର ଆଶିଷ ଅମିତାଭ ମହାପାତ୍ର, ଭଗତ୍ ସେନା ଆବାହକ ସୀତାଂଶୁ ଶେଖର ମହାପାତ୍ର, ଡାକ୍ତର ଚିତ୍ତ ରଂଜନ ସାମନ୍ତ, ଡାକ୍ତର ଅଭିଜିତ୍ ପଣ୍ଡା, ବରପଦା ବୈଷୟିକ ଇଂଜିନିୟରିଂ ମହାବିଦ୍ୟାଳୟର ଅଧ୍ୟକ୍ଷ ମୋହନ ଚରଣ ପଣ୍ଡା, ଅଧ୍ୟକ୍ଷ ପି.କେ, ଜେନା, ଅଧ୍ୟକ୍ଷ ଡି. ଧଳ, ଅଧ୍ୟାପକ ରମେଶ ଖୁଣ୍ଟିଆ, ରମେଶ ନାୟକ, ଶିକ୍ଷାବିତ୍ ଗଣେଶ ମହାପାତ୍ର, ଉମାକାନ୍ତ ଜେନା, ପୂଜ୍ୟପୂଜା ସଂସଦ ସମ୍ପାଦକ ରୂପକ ବିହାରୀ ରାୟ, ପ୍ରଶାନ୍ତ ମିଶ୍ର, ପ୍ରାଧ୍ୟାପକ ଅଶୋକ ସାହୁ, ବିନୋଦ ସ୍ୱାଇଁ, ବିନୋଦ ନାୟକ, କୁପାରୀ ହରେକୃଷ୍ଣ ମହତାବ ମହାବିଦ୍ୟାଳୟର ପ୍ରାଧ୍ୟାପକ ଗଗନ ବିହାରୀ ରାଉତ, ପ୍ରାଧ୍ୟାପକ ଯୁଧିଷ୍ଠିର କୁଅଁର, ପ୍ରାଧ୍ୟାପକ ଲିଙ୍ଗରାଜ କର, ସଂଗୀତଜ୍ଞ କୁମାର ଗୌତମ ପ୍ରମୁଖ ଯୋଗ ଦେଇ ବାଲେଶ୍ୱର ଜିଲ୍ଲା ଖଇରା ବ୍ଳକର ବର୍ତ୍ତନା ପଞ୍ଚାୟତ କନ୍ତିଆ ଗ୍ରାମରେ ଜନ୍ମିତ ସ୍ୱର୍ଗତ ମହେନ୍ଦ୍ର କୁମାର ପଣ୍ଡାଙ୍କ ସମାଜସେବା, କାର୍ଯ୍ୟ ଦକ୍ଷତା, କର୍ତ୍ତବ୍ୟନିଷ୍ଠା ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ। ଏଥିରେ ଦେବେନ୍ଦ୍ର ପଣ୍ଡା, ଅଧ୍ୟାପକ ଜ୍ଞାନେନ୍ଦ୍ର ପଣ୍ଡା, ରଣେନ୍ଦ୍ର ପଣ୍ଡା, ଅମରେନ୍ଦ୍ର ପଣ୍ଡା ଶ୍ରଦ୍ଧାଞ୍ଜଳି ସମାରୋହ ପରିଚାଳନା କରିଥିବା ବେଳେ ଜ୍ୟେଷ୍ଠପୁତ୍ର ଅଧ୍ୟାପକ ରାଜେନ୍ଦ୍ର କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ‘ଲବଣୀଧାରା’ ଭଜନ ସନ୍ଧ୍ୟା ସଂଗୀତଜ୍ଞ କୁମାର ଗୌତମଙ୍କ ଟ୍ରୁପ୍ ଦ୍ୱାରା ପରିବେଷଣ କରାଯାଇଥିଲା।