Odiapua.com

ସମାଜସେବୀ ସଚିଦାନନ୍ଦ ମୁଦୁଲିଙ୍କ ଦେହାନ୍ତ

ଭୁବନେଶ୍ୱର, ୨୬ା୮ (ଓଡ଼ିଆ ପୁଅ) : ବିଶିଷ୍ଟ ସମାଜସେବୀ ସଚିଦାନନ୍ଦ ମୁଦୁଲି ଆଉ ନାହାଁନ୍ତି। ଗତ ୨୨ ତାରିଖ ସକାଳ ୫ ଘଟିକାରେ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା। କ୍ୟାପିଟାଲ୍ ଡାକ୍ତରଖାନାରୁ ଏମସ୍, ତା’ପରେ ଆମି୍ର ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଘ.୧୧.୪୦ମିନିଟ୍ ସମୟରେ ଡାକ୍ତର ପି.ଆର. ଭୂୟାଁ ମୃତ ଘୋଷଣା କରିଥିଲେ। ତାଙ୍କ ବାସସ୍ଥଳୀ ଭୁବନେଶ୍ୱରସ୍ଥିତ ନୂଆଗାଁ ବିଜୟ ବିହାରରେ ଶବାଧାରରେ ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟା, ଓଟିଡିସିର ଡିଭିଜିନାଲ୍ ମ୍ୟାନେଜର, ପୂର୍ବତନ ସରପଞ୍ଚ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସ୍ୱର୍ଗତ ମୁଦୁଲିଙ୍କ ଶବାଧାରରେ ପୁଷ୍ପଗୁଚ୍ଛ ଦେଇ ସ୍ୱର୍ଗତଃ ଆତ୍ମାର ସଦ୍ ଗତି କାମନା କରିଥିଲେ। ସ୍ୱର୍ଗତଃ ମୁଦୁଲିଙ୍କ ଶବାଧାରକୁ ଏକ ପଟୁଆରରେ ପରିକ୍ରମା କରି ତାଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡ଼ା ଜିଲ୍ଲା ଜଣ୍ଟିଲୋ ବଡ଼ଗାଁ ଶ୍ମଶାନରେ ସଂସ୍କାର କରାଯାଇଥିଲା। ଏକମାତ୍ର ପୁତ୍ର ଅରବିନ୍ଦ ମୁଖାଗ୍ନି ଦେଇଥିବା ବେଳେ ଝିଅ ନିହାରିକା, ପରିବାର ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ।