Odiapua.com

ସମାଜସେବୀ ଶୁକଦେବ ସାହୁଙ୍କ ସ୍ମୃତିସଭା

???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ବନ୍ତ ବ୍ଲକ୍ ଆଗରପଡା ବେଲଶରପୁର ଠାରେ ସମାଜସେବୀ ଶୁକଦେବ ସାହୁଙ୍କ ଏକାଦଶାହ ଅବସରରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତଃ ଶୁକଦେବ ବରପଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ଅବସର ନେଇଥିଲେ । ସେ ସର୍ବଦା ସେବା ଧର୍ମକୁ ଭଲ ପାଉଥିବା ବେଳେ ନିଜର କର୍ତବ୍ୟ ପ୍ରତି ସଚେତନ ପାଇଁ ସମସ୍ତଙ୍କର ପ୍ରିୟପାତ୍ର ଥିଲେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଶିକ୍ଷକ ପଚାଂନନ ପୃଷ୍ଟିଙ୍କ ମଂଚ ପରିଚାଳନାରେ ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହ, ସାମ୍ବାଦିକ ଜଗନ୍ନାଥ ପଳତା,ଶୁକଦେବଙ୍କ ପୁତ୍ର ଜଗବନ୍ଧୁ ସାହୁ,ନାତୁଣୀ ହରପ୍ରିୟା ସାହୁ ପ୍ରମୁଖ ସ୍ମୃତି ଚାରଣ କରିଥିଲେ । ପ୍ରାରମ୍ଭରେ ଫଟୋଚିତ୍ରରେ ମାଲ୍ୟର୍ପଣ ପୂର୍ବକ ନିରବ ପ୍ରାର୍ଥନା କରାଯାଇଥିଲା । ଦେବସ୍ମିତା ସାହୁ, ମନୋଜ କୁମାର ସାହୁ, ରାଜେନ୍ଦ୍ର ସାହୁ, ମନୋରମା ସାହୁ, ନାରାୟଣ ସାହୁ, ସୁପ୍ରଭା ସାହୁ, ମମତା ସାହୁ, ମନୋରଞ୍ଜନ ସାହୁ ପ୍ରମୁଖ ସହଯୋଗ କରିଥିଲେ ।