Odiapua.com

ସମାଜସେବୀ ବିଭୁତି ସାହୁଙ୍କ ଦ୍ୱାରା ଅସହାୟ ବ୍ୟକ୍ତିଙ୍କୁ ଶୁଖିଲା ଖାଦ୍ୟ ସହ ଜରି ପାଲ ପ୍ରଦାନ

ତାଳଚେର,୨୧/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ଘଂଟପଡ଼ା ଗ୍ରାମ ପଂଚାୟତ ଅନ୍ତର୍ଗତ ଚାଳଗଡ଼ ଗ୍ରାମରେ ରହୁଥିବା ଅସହାୟ ବ୍ୟକ୍ତି ଶ୍ରୀକାନ୍ତ ଦେହୁରୀଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ସମାଜସେବୀ ବିଭୁତି ସାହୁ । ଶ୍ରୀ ସାହୁଙ୍କ ସହଯୋଗ କ୍ରମେ ମଙ୍ଗଳବାର ଦିନ ଶ୍ରୀକାନ୍ତଙ୍କ ଅସଜଡ଼ା ଘର ଉପରେ ଜରି ପାଲ ବିଛା ଯିବାସହ ତାଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା । ଉର୍ମିଳା ଦେହୁରୀ,ରାଜୀବ ଦାସ,ବାବୁ ରାଉତ,ଦିନେଶ ରାଉତ,କିଶୋର ପଟ୍ଟନାୟକ, ସନ୍ତୋଷ ରାଉତ ପ୍ରମୁଖ ଚାଳଗଡ଼ ଗ୍ରାମର ଯୁବକମାନଙ୍କ ସହଯୋଗରେ ପାଲ ବିଛା କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସମାଜସେବୀ ଶ୍ରୀ ସାହୁ ଅନ୍ୟମାନଙ୍କୁ ମଧ୍ୟ ଏହି କରୋନା ମହାମାରୀ କାଳରେ ଅସହାୟ,ଦୁଃଖୀ ଲୋକମାନଙ୍କୁ ଯଥା ସମ୍ଭବ ସହାୟତାର ହାତ ବଢ଼ାଇବା ପାଇଁ ତଥା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି । ପ୍ରକାଶ ଥାଉକି,ଶ୍ରୀ ସାହୁ ୧ମ ପର୍ଯ୍ୟାୟ ଲକ୍ ଡାଉନ ସମୟ ଠାରୁ ଅଦ୍ୟାବଧି ତାଳଚେର ସମେତ ବିଭିନ୍ନ ଅଂଚଳରେ ସରକାରୀ ଯୋଜନାରୁ ବଂଚିତ ଏଭଳି ଅସହାୟ,ଗରିବ ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରିବା ସହ ଆବଶ୍ୟକସ୍ଥଳେ ସେମାନଙ୍କ ଘର ଉପରେ ସ୍ୱ ଖର୍ଚ୍ଚରେ ଜରିପାଲ ବିଛାଇବାର ବ୍ୟବସ୍ଥା ମଧ୍ୟ କରୁଛନ୍ତି ।