Odiapua.com

ସମାଜସେବୀ ଦୁର୍ଯ୍ୟୋଧନ ବେହେରାଙ୍କ ସ୍ମୃତିଚାରଣ ଓ କରୋନା ଯୋଦ୍ଧା ସମ୍ବର୍ଦ୍ଧନା ସଭା

ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚୁନିଦା ଅଂଚଳର ବିଶିଷ୍ଟ ସମାଜସେବୀ ଦୁର୍ଯ୍ୟୋଧନ ବେହେରାଙ୍କ ୧୨ତମ ଶ୍ରାଦ୍ଧୋତ୍ସବ ଅବସରରେ ସ୍ମୃତିଚାରଣ ଓ କରୋନା ଯୋଦ୍ଧା ସମ୍ବର୍ଦ୍ଧନା ସଭା ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବରିଷ୍ଠ ସାମ୍ବାଦିକ ରବୀନାରାୟଣ ଖିଲାରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଜିଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ସମ୍ମାନିତ ଅତିଥି ଭାବେ କଂଗ୍ରେସର ଭଦ୍ରକ ବିଧାନସଭା ନେତା ନଳିନି ମହାନ୍ତି, ନାଟ୍ୟଶ୍ରୀ ନିର୍ମଳ ରାଉତ, ପ୍ରଧାନଶିକ୍ଷକ ଭୀମଚରଣ ପରିଡା, ଶିକ୍ଷକନେତା ବାବୁଲା ରାଉତ, ପ୍ରାକ୍ତନ ସମିତିସଭ୍ୟ ନିତ୍ୟାନନ୍ଦ ବେହେରା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବେହେରାଙ୍କ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ଶେଖର ଜେନା, ନିରଂଜନ ମଲିକ, ପ୍ରକାଶଜ୍ୟୋତି ମହାକୁଡ, ରାଜୀବ ଦାସ, ସାମ୍ବାଦିକ ସନ୍ତୋଷ ଦାସ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବେହେରାଙ୍କ ସମାଜସେବା ଓ ଅଂଚଳ ପାଇଁ ଅବଦାନ ସଂପର୍କରେ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ କରୋନା ଯୋଦ୍ଧା ଭାବେ ସାମ୍ବାଦିକ ଦେବେନ୍ଦ୍ର ଆନ୍ଦିଆ, ସରୋଜ ସେଠୀ, ମାନଗୋବିନ୍ଦ ଜେନା, ପ୍ରତାପ କୁମାର ଆନ୍ଦିଆ, ସୁଧାକର ଦାଶ, ଗୌରାଙ୍ଗ ଦାଶଙ୍କ ସମେତ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ଅନ୍ୟ ପ୍ରତିଭାବାନଙ୍କୁ ସ୍ମୃତି କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ସ୍ୱର୍ଗତ ବେହେରାଙ୍କ ପ୍ରତିମୂର୍ତିରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଚାରା ରୋପଣ କରିଥିଲେ । ଶେଷରେ ସ୍ୱର୍ଗତ ବେହେରାଙ୍କ ପୁତ୍ର କୃଷ୍ଣଚନ୍ଦ୍ର ବେହେରା କୃତଜ୍ଞତା ଜ୍ଞାପନ କରିଥିଲେ ।