Odiapua.com

ସମାଜସେବୀ ଦାମୋଦର ସାମଲଙ୍କ ପରଲୋକ

କେନ୍ଦ୍ରାପଡ଼ା ୨୫ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଞ୍ଚାୟତର ଭରତପୁର(ହରିଡାଦଣ୍ଡା) ଗ୍ରାମର ସମାଜସେବୀ ଦାମୋଦର ସାମଲଙ୍କ ୮୧ବର୍ଷ ବୟସରେ ଲିଭର ଜଣ୍ଡିସ ରୋଗରେ ପରଲୋକ ହୋଇଯାଇଛି। ସେ ଜଣେ ପରୋପକାରୀ, ବନ୍ଧୁବତ୍ସଳ ଓ ଆମାୟିକ ବ୍ୟକ୍ତି ଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଗ୍ରାମ୍ୟ ଶ୍ମ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ସରପଞ୍ଚ ଜୀନତପ୍ରିୟଦର୍ଶିନୀ ରାଉତ, ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ଦାସ, ରାଜକିଶୋର ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।