Odiapua.com

ସମାଜସେବୀ ତଥା ଶିକ୍ଷାବିତ୍ ସ୍ୱର୍ଗତ ବାଇଧର ସ୍ୱାଇଁଙ୍କ ସ୍ମୃତିଚାରଣ ସଭା

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ସମାଜସେବୀ ତଥା ଶିକ୍ଷାବିତ୍ ସ୍ୱର୍ଗତ ବାଇଧର ସ୍ୱାଇଁଙ୍କ ଏକାଦଶାହ ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇ ଯାଇଛି । ଭଦ୍ରକ ବ୍ଲକ ଅଣ୍ଢାଇପଲ୍ଲୀ ପଞ୍ଚାୟତ ଖାନାବାଡ଼ି ଗ୍ରାମ ସ୍ଥିତ ବାସଭବନରେ ଆୟୋଜିତ ସଭାରେ ସୁସାହିତ୍ୟିକ ଜୟରାମ ପରିଡ଼ା ସଭାପତିତ୍ୱ କରିଥିଲେ । ମୁଖ୍ୟ ବକ୍ତା ଭାବେ ଗାଳ୍ପିକ ପବିତ୍ର ମୋହନ ପାଣିଗ୍ରାହୀ, ସମ୍ମାନିତ ବକ୍ତା ଭାବେ ଦ୍ୱିତୀୟ ଧର୍ମର କର୍ମକର୍ତ୍ତା ପିତବାସ ପଣ୍ଡା, ରାଜେଶ ମିଶ୍ର, ଉମାକାନ୍ତ ମଲ୍ଲିକ, ଗୋବିନ୍ଦ ଭଗବାନ, ଶିକ୍ଷାବିତ୍ ମୁରଲୀଧର ଲେଙ୍କା, ପ୍ରଫୁଲ୍ଳ ଦାଶ, ଶ୍ରୀବତ୍ସ କର, ଅନ୍ତର୍ଯାମୀ ଓଝା, ଭାଗବତ ସୂତାର, ସୁରେନ୍ଦ୍ର ଶଙ୍ଖୁଆ, ସଦାନନ୍ଦ ପତି, ଦିବାକର ସାହୁ, ଗୟାଧର ସାମଲ, ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପ୍ରତିନିଧି ରାଧାକାନ୍ତ ସାମଲ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ସ୍ୱାଇଁ ଭଦ୍ରକ ବ୍ଲକର ଜଣେ ଟାଣୁଆ ସୁସଂଗଠକ ଓ ଦରଦୀ ବନ୍ଧୁ ଭାବେ ପ୍ରତିଷ୍ଠା ଅର୍ଜନ କରିଥିଲେ ବୋଲି ସେମାନଙ୍କର ମତ ରଖିଥିଲେ । ଶ୍ରୀ ସ୍ୱାଇଁ ଅଣ୍ଢାଇପଲ୍ଲୀ ଗ୍ରାମ ପଞ୍ଚାୟତ ଏହା ଛଡ଼ା ଅଣ୍ଢାଇପଲ୍ଲୀ ଗ୍ରାମ ପଞ୍ଚାୟତର ବହୁବିଧ ଉନ୍ନତି କରି ସବୁଦିନ ପାଇଁ ପଞ୍ଚାୟତବାସୀଙ୍କ ହୃଦୟରେ ଅମର ହୋଇ ରହିବେ ବୋଲି ବହୁବକ୍ତା ବକ୍ତବ୍ୟ ରଖିଥିଲେ । ସ୍ୱର୍ଗତ ସ୍ୱାଇଁ ଅଣ୍ଢାଇପଲ୍ଲୀ ଉଚ୍ଚ ଇଂରାଜୀ ବିଦ୍ୟାଳୟର ପ୍ରତିଷ୍ଠା କରିଥିଲେ ବୋଲି ମୁଖ୍ୟବକ୍ତା ତାଙ୍କ ଅଭିଭାଷଣରେ କହିଥିଲେ । ସଭାଟିକୁ ପରିଚାଳନା କରିଥିଲେ ପୁତ୍ର ରାଜେନ୍ଦ୍ର, ଦେବାଶିଷ, ତପନ, ପୁତୁରା, ଗଙ୍ଗାଧର, ଶଙ୍କର୍ଷଣ, ଧତାଲି, ଜ୍ୱାଇଁ ଅଜୟ, ନାତୁଣୀ, ସୂଚୀରେଖା, ମୋନାଲିସା, ପ୍ରିୟଙ୍କା, ପଲ୍ଲୀଶ୍ରୀ ଓ ଶୁଭଶ୍ରୀ ।