Odiapua.com

ସମାଜସେବୀଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ପୁରୀ ୨୯.୦୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବିଶିଷ୍ଟ ସମାଜସେବୀ ତଥା ପ୍ରାକ୍ତନ ପ୍ରୌରସଦସ୍ୟ ନୃସିଂହ ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଗତକାଲି ସନ୍ଧ୍ୟାରେ ଅଚିନ୍ତା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଭାକର ବେହେରା, ମହେନ୍ଦ୍ର ସାହୁ, ଓ କାଳୀମାଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖ ଯୋଗ୍ୟ ପ୍ରତିଭା ପାଇଁ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଆୟୋଜିତ ଉତ୍ସବରେ ପୁଷ୍ପଜିତ ମହାପାତ୍ର, ମନୋଜ କୁମାର ଦାସ, ସୁବାସୀଷ ମହାନ୍ତି, ଭବାନୀ ପ୍ରସାଦ ଦାଶ, ସତ୍ୟନାରାୟଣ ଦାଶ, ନାରାୟଣ ଦାଶ, ଦିଲୀପ ଷଡଙ୍ଗୀ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ମିଶ୍ରଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିବାସହ ତାଙ୍କର ତ୍ୟାଗ ସମାଜସେବା ଆଜିର ଯୁବପୀଢ଼ିଙ୍କୁ ଦିଗଦର୍ଶନ ଦେଇପାରିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଅନିଷ୍ଠାନର ମୁଖ୍ୟ ପଦ୍ମନାଭ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଇତିଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। କାଶୀନାଥ ସୁବୁଦ୍ଧି, ନାରାୟଣ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।