Odiapua.com

ସମାଜସେବୀଙ୍କ ଶ୍ରାଦ୍ଧୋତ୍ସବରେ ଶୀତ ବସ୍ତ୍ର ବଣ୍ଟନ

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ବଙ୍କ ସାହିର ଜଣା ଶୁଣା ଯୁବ ସମାଜ ସେବୀ ୰ପ୍ରବୀର କୁମାର ମହାନ୍ତିଙ୍କ ଦଶମ ବାର୍ଷିକ ଶ୍ରାଦ୍ଧୋତ୍ସବ ଆଜି ବନ୍ତ ବ୍ଲକ ଅଡାଳପଙ୍କ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପାଳିତ ହୋଇଯାଇଛି । ସାମ୍ବାଦିକ ହେମନ୍ତ ସିଂହଙ୍କ ଆବାହକତ୍ୱରେ ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା ସଭା ମଞ୍ଚ ସଂଯୋଜନା କରିଥିଲେ । ଆଗରପଡ଼ା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ସମ୍ପାଦକ କୈଳାଶ ଚନ୍ଦ୍ର ଧଳଙ୍କ ପୌରହିତ୍ୟରେ ଶିକ୍ଷାବିତ୍ ଜଗନ୍ନାଥ ପାତ୍ର, ହରମୋହନ ପଣ୍ଡା, ଆଲୋକ ରଞ୍ଜନ ମୁଖାର୍ଜୀ, ବନ୍ତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ସୁଭେନ୍ଦ୍ର କୁମାର ମିଶ୍ର, ପୂର୍ବତନ ସରପଞ୍ଚ ରବିନ୍ଦ୍ର କୁମାର ପଣ୍ଡା, ଏସିବି ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ବେହେରା, ଆୟୁଷ ଡାକ୍ତର ଦିଲ୍ଲିପ କୁମାର ସାହୁ, ସ୍ତମ୍ବକାର ସୁବୋଧ କୁମାର ସାହୁ, ସାହିତ୍ୟିକ କୀର୍ତ୍ତନ ଚରଣ ନାୟକ, ଚର୍ତୁଭୂଜ ପହି, ସମାଜସେବୀ ଶମ୍ଭୁନାଥ ମହାରଣା, ଯୁବ ନେତା ଗୋପାଳ କୃଷ୍ଣ ଦାଶ, ଅଧ୍ୟାପିକା ପ୍ରତିମା ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ୰ ମହାନ୍ତିଙ୍କ ଗୁଣାବଳୀ ଉପରେ ଆଲୋକପାତ କରି ସେ କିପରି ଲାୟନ୍ସ ଫାଇନାନ୍ସରେ ପରିଚାଳକ ପଦବୀ ରହି ଲୋକ ମାନଙ୍କୁ ସେବା ଯୋଗାଇ ଆସୁଥିଲେ ସେନେଇ ମତ ବ୍ୟକ୍ତ କରିଥିବା ବେଳେ ସର୍ବଦା ଗରିବ ଦୁଃଖୀରଙ୍କି ଙ୍କୁ ସହଯୋଗର ହାତ ବଢ଼ାଉଥିବା କହିଥିଲେ । ତାଙ୍କର ଅକାଳମୃତ୍ୟୁ ଆମ ସମସ୍ତଙ୍କ ପାଇଁ ଦୁଃଖ ଆଣିଦେଇଛି ବୋଲି କହିଥିଲେ ଅତିଥି । ୰ମହାନ୍ତିଙ୍କ ଧର୍ମପତ୍ନୀ ସମାଜସେବୀକା ମମତା ମହାନ୍ତି ଦାନ, ଧର୍ମ ଓ ସେବା ମନୋବୁର୍ତ୍ତିକୁ ବ୍ରତ ଭାବେ ଗ୍ରହଣ କରି ପ୍ରତ୍ୟେକ ବର୍ଷ ଶ୍ରାର୍ଦ୍ଧ ବାର୍ଷିକରେ ସେବା କାର୍ଯ୍ୟ କରିଥାନ୍ତି ବୋଲି କହିଥିଲେ । ଶିକ୍ଷାବିତ୍ ହରମୋହନ ପଣ୍ଡାଙ୍କୁ ରାଜ୍ୟ ସ୍ତରୀୟ ଦିବ୍ୟାଙ୍ଗ ସେବା ସମ୍ମାନରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ୨୦ରୁ ଉର୍ଦ୍ଧ ଅଭାବୀ ଆଦିବାସୀ, ଦିବ୍ୟାଙ୍ଗ, ନିରାଶ୍ରୟ ବ୍ୟକ୍ତି ଓ ଡାକ୍ତରଖାନା ଅନ୍ତେବାସୀଙ୍କୁ କମ୍ବଳ,ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ।