Odiapua.com

ସମାଜସେବୀଙ୍କ ବିୟୋଗରେ ଶୋକ

ବାଲେଶ୍ୱର, ୪ା୨(ଓଡ଼ିଆ ପୁଅ/ଅଭୟ ଦାସ) : ସମାଜସେବୀ ଆଦୈତ୍ୟ କୁମାର ପଣ୍ଡାଙ୍କର ଭୁବନେଶ୍ୱରରେ ଏକ ଘରୋଇ ହସପିଟାଲରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ହୋଇଥିଲା। ବୟାସାଧିକ ରୋଗରେ ପୀଡ଼ିତ ହୋଇ ସେ ଗତ ୩୧ ତାରିଖରୁ ଡାକ୍ତରଖାନା ଭର୍ତ୍ତି ହୋଇଥିଲେ। ଗୁରୁବାର ସକାଳ ପ୍ରାୟ ୮ଟା ୧୦ ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେ ଓଡିଶା ସରକାରଙ୍କ ଶିଳ୍ପ ବିଭାଗର ଯୁଗ୍ମ ନିର୍ଦ୍ଦେଶକ କାର୍ଯ୍ୟ କରି ଅବସର ନେଇଥିଲେ। ଅବସର ପରେ ବିଭିନ୍ନ ସମାଜସେବାରେ କାର୍ଯ୍ୟ କରୁଆସୁଥିଲେ। ତାଙ୍କ ମୁତ୍ୟୃ ସମୟରେ ପତ୍ନୀଙ୍କ ସମେତ ଝିଅ ଜ୍ୱାଇଁ ଓ ନାତି ନାତୁଣୀ ଉପସ୍ଥିତ ଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। କନ୍ୟା ଡେନ୍ସ ଗ୍ରୁପ୍‍‘ନାଚ’ର ନିର୍ଦ୍ଦେଶିକା ରନାଲିଶା ପଣ୍ଡା ମୁଖାଗ୍ନିି ଦେଇଥିଲେ। ଜଣେ ମେଳାପୀ, ପରୋପକାରୀ, ମିଷ୍ଟଭାଷୀ ତଥା ଦରଦୀ ବ୍ୟକ୍ତିତ୍ୱ ଭାବେ ତାଙ୍କର ପରଲୋକରେ ବିଭିନ୍ନ ବିଭାଗ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି।