ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ବିଟିପୁର ପଚାଂୟତ ଗଡସାହି ଗ୍ରାମର ସ୍ୱର୍ଗତ ଗଙ୍ଗାବିହାରୀ ଗୁପ୍ତାଙ୍କ ସ୍ତ୍ରୀ ସମାଜସେବିକା ଚମ୍ପାଦେବୀ ଗୁପ୍ତା (୮୧)ଙ୍କ ଗୁରୁବାର ସନ୍ଧ୍ୟାରେ ପରଲୋକ ଘଟିଛି । ସେ ଶାରିରୀକ ଅସୁସ୍ଥତା ଯୋଗୁ ଘରୋଇ ଚିକିତ୍ସାରେ ଥିବା ବେଳେ ମୃତ୍ୟୁ ବରଣ କରିଛନ୍ତି । ପରିବାରର ପୁଅ ନନ୍ଦଲାଲ, ରାଧାଶ୍ୟାମ, ମହାଦେବ ଝିଅ ସୁଭଦ୍ରା, ମାଧୁôରୀ ଓ ବହୂ ସୀମା ପ୍ରମୁଖ ଉପସ୍ଥିତ ଥିଲେ । ଖବରପାଇ ସମାଜସେବୀ ମାନସ ରାୟ, ସାମ୍ବାଦିକ ହେମନ୍ତ ସିଂହ, ବିଟିପୁର ସରପଚଂ ପ୍ରତିିନିଧି ସପନ ସିଂହ ପ୍ରମୁଖ ଚମ୍ପାଦେବୀଙ୍କ ବାସ ଭବନରେ ପହଚିଂ ସମବେଦନା ଜଣାଇଥିଲେ । ପରେ ତାଙ୍କୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଦାହ କରାଯାଇଥିଲା । ପୁଅ ସହଦେବ ଗୁପ୍ତା ମୁଖାଗ୍ନି ଦେଇଥିଲେ । ପ୍ରକାଶଯେ ଦୀର୍ଘ ୭୦ ବର୍ଷ ପୂର୍ବେ ସୁଦୂର ଉତରପ୍ରଦେଶରୁ ଗଙ୍ଗାବିହାରୀ ଏଠାକୁ ଆସି ବ୍ୟବସାୟ କରି ଆସୁଥିବା ବେଳେ ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଏଠାରେ ସ୍ଥାୟୀ ବସବାସ କରି ଆସୁଛନ୍ତି ।