Odiapua.com

ସମାଜବାଦୀ ପାର୍ଟି ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର, ୧୭ା୮ (ଓଡ଼ିଆ ପୁଅ) : ୭୪ତମ ସ୍ୱାଧୀନତା ଦିବସ ସମାଜବାଦୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି। ପାର୍ଟିର ରାଜ୍ୟସଭାପତି ରବି ବେହେରା ଏହି ସମାରୋହରେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ପ୍ରାରମ୍ଭରେ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ ୭୪ତମ ସ୍ୱାଧୀନତା ଦିବସର ଦେଶବାସୀଙ୍କ ସମ୍ମୁଖରେ ଥିବା ଆହ୍ୱାନ ଉପରେ ମତବ୍ୟକ୍ତ କରିଥିଲେ। ଏହି ସମାରୋହରେ ବିଶିଷ୍ଟ ଚାଟାର୍ଡ ଆକାଉଣ୍ଟାଣ୍ଟ ଚିତ୍ତରଂଜନ ବେହେରା ଯୋଗଦେଇ ୭୪ତମ ସ୍ୱାଧୀନତା ଦିବସ ସମଗ୍ର ବିଶ୍ୱ ପାଇଁ ଏକ ନୂଆ ଆହ୍ୱାନ ସୃଷ୍ଟି କରିଛି। ବିଶ୍ୱର ୨୧୩ଦେଶରେ ବ୍ୟାପୀଥିବା କରୋନା ମହାମାରୀ ଯୋଗୁଁ ଆଜି ଧନଜୀବନ ବିପନ୍ନ ହେଉଛି। ସମଗ୍ର ମାନବସମାଜ ଏକ ବିରାଟ ସଂକଟର ସମ୍ମୁଖୀନ। ଭାରତ ବର୍ଷରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧିପାଇବା ସହିତ ପାଖାପାଖି ୧୦୦ କୋଟି ଲୋକଙ୍କର ଜୀବନ ଜୀବିକା ଆଜି ବିପଦଗ୍ରସ୍ତ। ଏହାର ସମ୍ମୁଖୀନ ହୋଇ ମୁକାବିଲା କରିପାରିଲେ ତାହା ହିଁ ହେବ ସବୁଠାରୁ ବଡ଼ ଆହ୍ୱାନ ବୋଲି ସେ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ସୁବ୍ରତ ଲେଙ୍କା, ସୁନୀଲମିଶ୍ର, ସୁଶୀଲ ହୋତା, ଦେଶପ୍ରିୟ ଦାସ, ସନ୍ତୋଷ କୁମାର ଦାସ ଓ ଗଣେଶ୍ୱର ରାଉତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଶେଷରେ ଯୁବନେତା ଦେବାଶିଷ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ରାଜ୍ୟ ସରକାରଙ୍କର କୋଭିଡ ନିୟମ ପାଳନ କରାଯାଇ ସାମାଜିକ ଦୂରତା ଓ ମାସ୍କ ପିନ୍ଧି ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।