Odiapua.com

ସମସ୍ୟା ଘେରରେ ସରଗଡି ଓ ନରସିଂହପୁର

ଖରିଆର ୧୧-୫ (ଓଡ଼ିଆ ପୁଅ/ସୁଜିତ କୁମାର ପ୍ରଧାନ) ଖରିଆର ବ୍ଲକ ଅନ୍ତଗତ ନୂତନ ଗ୍ରାମ ପଞ୍ଚାୟତ ଋଷିଗା, ସରଗଡ଼ି ଓ ନରିସିଂହ ପୁରକୁ ନେଇ ନୂତନ ପଞ୍ଚୟତ। ସରଗଡ଼ି ଓ ନରସିଂହପୁର ଲୋକ ସଂଖ୍ୟା ହରା ହାରି ୨୦୦୦ (ଦୁଇ ହଜାର)ରୁ ଅଧିକ। ରଜ ରାସ୍ତାରୁ ମାତ୍ର ୫୦୦ ମିଟର ଦୂର ହେବ। ଏହି ଗ୍ରାମରେ ଜଳ ଯୋଗାଣ ସମସ୍ୟା। ବିଶୁଦ୍ଧ ଜଳ ଲୋକଙ୍କ ପାଇଁ ନାହିଁ, ରାସ୍ତା କହିଲେ ନଥିବା ସଂଗେ ସମାନ, ସ୍କୁଲ ଅଛି ମାତ୍ର ୮ ପର୍ଯ୍ୟନ୍ତ। ଆଗକୁ ଯଦି ପଢିବେ ତୁକୁଲା ୫ କିମି ଯିବା କୁ ପଡେ। ଏହି ଦୁଇ ଗ୍ରାମରେ ହାଇସ୍କୁଲ ଖଣ୍ଡେ ନାହିଁ। ନିକଟରେ ୩ ଗୋଟି କ୍ରୋସସ ଅଛି ଏହି ଗୁଣ୍ଡ ପାଇଁ ଲୋକର ନାହିଁ ନ ଥିବା ରୋଗରେ ଆକ୍ରାନ୍ତ ହୋଇଛତି।କ୍ରୋସସ ର ବ୍ଲସ୍ତିଗ ପାଇଁ ଲୋକର ଘର ଫାଟି ଆ କଲାଣଇ। ସମସ୍ୟାର ସମାଧାନ ପାଇଁ ଲୋକେ ବାରମ୍ବାର ଜିଲା ପ୍ରଶାସାନକୁ ବାରମ୍ବାର ଅଭିଯୋଗ କରିଛନ୍ତି, ହେଲେ କିଛି ସୁଫଳ ମିଳିନାହିଁ। ଏହି ପାଇଁ ଆଗାମୀ ନିର୍ବାଚନରେ ଲୋକେ ଭୋଟ ବର୍ଜନ କରିଥିଲେ। ଜିଲା ପ୍ରଶାସାନ ତୁରନ୍ତ ପଦକ୍ଷେପ ନେବା ପାଇଁ ଗ୍ରାମବାସୀମାନେ ନିବେଦନ କରିଛନ୍ତି।