Odiapua.com

ସମସ୍ୟାର ସମାଧାନ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କୁ ଦାବିପତ୍ର

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ବନ୍ୟା ପରିସ୍ଥିତି ସମୟରେ ଦୁଃଖର କାରଣ ପାଲଟୁଥିବା କଂଟିଘାଇ ସମସ୍ୟାର ସ୍ଥାୟୀ ସମାଧାନ ସମେତ ଷୋଳମପୁର ପଂଚାୟତର ମଣିନାଥପୁର ଠାରେ ଏକ ମିନି ଷ୍ଟାଡିଅମ ନିର୍ମାଣ ଓ ଐତିହାସିକ କୀର୍ତି ଷୋଳମପୁର ବୌଦ୍ଧ ବିହାରର ଉନ୍ନୟନକାର୍ଯ୍ୟ କରାଯାଇ ଏହାକୁ ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବା। ମୁଗୁରେଶ୍ୱର ମନ୍ଦିରର ଉନ୍ନୟନ ଓ ଅସ୍ଥିକ୍ଷେପଣ ସ୍ଥଳୀର ବିକାଶ ପାଇଁ ରାଜ୍ୟ କ୍ରୀଡ଼ା, ସଂସ୍କୃତି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀ ନାରାୟଣ ଧଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳରେ ବିଜେପି ସୁବର୍ଣମୁଖୀ ମଣ୍ଡଳ ସଭାପତି ଶ୍ରୀଧର ସ୍ୱାଇଁ ,ସାଧାରଣ ସମ୍ପାଦକ ଅଜୟ ରାଉତ , ନାରାୟଣ ଥାଟେଇ , ଉମେଶ ସ୍ୱାଇଁ, ସଦାନନ୍ଦ ଜେନା, ଅବିନାଶ ନାୟକ, ସନ୍ତୋଷ ପୁହାଣ, ପାଗଳ ଦାସ , ମନୋରଞ୍ଜନ ମହାନ୍ତି ପ୍ରମୁଖ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ସାକ୍ଷାତ କରି ଏହି ପ୍ରସଙ୍ଗରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।ମନ୍ତ୍ରୀ ଏହି ସବୁ ପ୍ରସଙ୍ଗରେ ପଦକ୍ଷେପ ନେବା ପାଇଁ ଭଦ୍ରକ ଜିଲାପାଳଙ୍କୁ ପଦକ୍ଷେପ ନେବା ସହ ମନ୍ତ୍ରଣାଳୟକୁ ଜଣାଇବା ପାଇଁ ପତ୍ର ଦେଇଥିବା ଜଣାଯାଇଛି।