Odiapua.com

ସମସ୍ତ ସମ୍ପତି ବଡପୁଅକୁ ନଦେବାରୁ ବୃଦ୍ଧ ବାପାକୁ ମରଣାତ୍ମକ ଆକ୍ରମଣ, ଭଦ୍ରକ ସ୍ଥାନାନ୍ତରିତ

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାପାର ସମସ୍ତ ସ୍ଥାୟୀ ସମ୍ପତିକୁ ନିଜର ସାନ ଭାଇ କୁ ଭାଗ ନଦେଇ ନିଜେ ସମସ୍ତ ସମ୍ପତିକୁ ଦଖଲ କରିବାକୁ ନେଇ ଯିଦ ଧରିବା ନିଜର ବୃଦ୍ଧ ବାପାକୁ ଭୁଜାଲିରେ ମରଣାତ୍ମକ ଆକ୍ରମଣ କରି ଜୀବନରୁ ମାରି ଦେବାକୁ ଧମକ ଦେଇଛି। ଏହାକୁ ନେଇ ବାପା ନିଜ ର ବଡ ପୁଅ ନାମରେ ଥାନାରେ ଏତଲା ଦେବା ସହ ନ୍ୟାୟ ପାଇଁ ଭଦ୍ରକ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ନିବେଦନ କରିଛି। ପ୍ରାପ୍ତ ଘଟଣାରୁ ପ୍ରକାଶ କରଞ୍ଜମାଳ ଗ୍ରାମର କୈଳାସ ଦତ (୬୯) ଜଣେ ରାଜମିସ୍ତ୍ରୀ ଭାବେ ଜୀବନ ନିର୍ବାହ କରୁଥିବା ବେଳେ ନିଜର ସାନପୁଅ ସହ ବସବାସ କରି ଆସୁଥିଲେ। ଗତକାଲି ଇନକମ ଟ୍ୟାକ୍ସ ଅଫିସର ଭାବେ କାର୍ଯ୍ୟରତ ପୁଅ ବଳରାମ ଦତ ଆସି ସମସ୍ତ ସମ୍ପତିକୁ ନିଜ ନାମରେ କରି ନେବାକୁ ବାପା କୈଳାସ ଙ୍କ ପାଖରେ ଅଡି ବସିଥିଲା। ମାତ୍ର କୈଳାସ ଏପରି ଭାଗ ଦେବାକୁ ମନା କରି ଦେବାରୁ ବଳରାମ ଏବଂ ତାଙ୍କ ସ୍ତ୍ରୀ ଏଲି ଆସି ଏକ ଭୁଜାଲିରେ ଅତର୍କିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ କୈଲାସ ଙ୍କ ହାତ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଏହି ଘଟଣା ପରେ କୈଳାସଙ୍କ ସାନପୁଅ ଜଗନ୍ନାଥ ଏବଂ ସ୍ଥାନୀୟ ଲୋକେ କୈଳାସଙ୍କୁ ଉଦ୍ଧାର କରି ପ୍ରଥମେ ବଇଁଚା ଏବଂ ପରେ ଅବସ୍ଥା ରେ ସୁଧାର ନ ଆସିବାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏ ନେଇ କୈଳାସ କରଞ୍ଜମାଳ ଫାଣ୍ଡିରେ ନିଜର ବଡ ପୁଅ ଏବଂ ବୋହୂ ନାମରେ ନାମରେ ଲିଖିତ ଅଭିଯୋଗ କରିଥିବା ବେଳେ ଅପର ପକ୍ଷରେ ବଳରାମ ମଧ୍ୟ ଏହି ସ୍ଥାୟୀ ସମ୍ପତି ଭାଗବଂଟାକୁ ନେଇ ନିଜ ବାପ ନାମରେ ଲିଖିତ ଅଭିଯୋଗ କରିଛି। କେଉଁ ପରିସ୍ଥିତିରେ ବଳରାମ ନିଜ ର ବୃଦ୍ଧ ବାପାକୁ ଏହି ବୟସରଙ୍କ ଗଣ୍ଡେ ଖାଇବାକୁ ଦେବା ପରିବର୍ତେ ଭୁଜାଲିରେ ଅତର୍କିତ ଆକ୍ରମଣ କରିବା ପରେ ମଧ୍ୟ ପୁଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାରେ କାଳକ୍ଷେପଣ ନୀତି ଆପଣାଉଛନ୍ତି ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି। ଅନ୍ୟ ପକ୍ଷରେ ସଂପୃକ୍ତ ବଳରାମ ଫେରାର ଅଛନ୍ତି ବୋଲି ବାଂଶଡା ଥାନାଧିକାରୀ କହୁଥିବା ବେଳେ ଅଂଚଳବାସୀ ଏ ନେଇ କ୍ଷୋଭ ପ୍ରକାଶ କରିଛନ୍ତି।ମାତ୍ର କୈଳାସ ତାଙ୍କର ସମସ୍ତ ସମ୍ପତି ୨ ପୁଅଙ୍କ ମଧ୍ୟରେ ସମାନ ଭାବେ ବଂଟନ କରିଥିବା ବେଳେ ଏହି ବଂଟନକୁ ନେଇ ବଡ ପୁଅ କ୍ଷୁବ୍ଧ।