Odiapua.com

ସମଲେଶ୍ୱରୀ ଏକ୍ସପ୍ରେସ ଦୁର୍ଘଟଣା: ୩ ରେଳ କର୍ମଚାରୀ ମୃତ, କର୍ତ୍ତବ୍ୟରେ ଅବହେଳା ପାଇଁ ୩ ସସପେଣ୍ଡ

ରାୟଗଡା, ଜୁନ ୨୫(ଓଡ଼ିଆ ପୁଅ) : ସମଲେଶ୍ୱରୀ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଅପରାହ୍ନ ୪ଟା ୫୦ ମିନିଟ ସମୟରେ ସମଲେଶ୍ୱରୀ ଏକ୍ସପ୍ରେସର ଦୁଇଟି ବଗି ଲାଇନଚ୍ୟୁତ ହୋଇ ଆଉ ଏକ ଟାୱାର କାରକୁ ଧକ୍କା ଦେଇଥିଲା। ଏହାସହ ଟ୍ରେନରେ ନିଆଁ ମଧ୍ୟ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ତିନିଜଣ ମେଂଟେନାନ୍ସ ଇଂଜିନିୟର ପ୍ରାଣ ହରାଇଥିବା ଜଣାପଡ଼ିଛି। ଏମାନେ ମେଂଟେନାନ୍ସ ଇଂଜିନରେ ଥିବା ବେଳେ ନିଆଁ ଲାଗିଯାଇଥିଲା। ଫଳରେ ଘଟଣାସ୍ଥଳରେ ଏହି ତିନିଜଣ ପ୍ରାଣ ହରାଇଥିଲେ। ମୃତକମାନେ ହେଉଛନ୍ତି ଟାୱାର କାର ଟେକନିସିଆନ ସୁରେଶ, ବରିଷ୍ଠ ସେକ୍ସନ ଇଂଜିନିୟର ସାଗର ଏବଂ ରାୟଗଡାର ଇଲେକ୍ଟ୍ରିକାଲ ଟେକନିସିଆନ ଗୌରୀ ନାଇଡୁ। ଏହି ମାମଲାକୁ ଗୁରୁତର ସହ ନେଇଛି ରେଳ ବିଭାଗ। ଏହି ଦୁର୍ଘଟଣା ପାଇଁ କର୍ତ୍ୟବ୍ୟରେ ଅବହେଳା ପ୍ରଦର୍ଶନ କରିଥିବାରୁ ତିନିଜଣ ଷ୍ଟେସନମାଷ୍ଟରଙ୍କୁ ସସପେଣ୍ଡ କରାଯାଇଛି। ସିଙ୍ଗାପୁର, କେଉଟଗୁଡା ଏବଂ ସିଙ୍ଗାପୁର ଷ୍ଟେସନ ମାଷ୍ଟରଙ୍କୁ ସସପେଣ୍ଡ କରାଯାଇଛି। ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ସୂଚନାଯେ, କୌଣସି ଯାତ୍ରୀଙ୍କର କ୍ଷତି ହୋଇନାହିଁ। ନିଆଁ ଲାଗଥିବା ଇଂଜିନକୁ ବଗିରୁ ଅଲଗା କରାଯାଇଛି।