Odiapua.com

ସମବାୟ ସମିତିର ଛାଡ ଘୋଷଣାର ଦୀର୍ଘ ୧୪ମାସ ପରେ ମଧ୍ୟ ମିଳୁନି ଚାଷୀଙ୍କ ରଣ ଛାଡ, ପାତର ଅନ୍ତରରେ ଚାଲିଛି ସେବା ସମବାୟ ସମିତି

ଭଦ୍ରକ, ୧୧-୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଭାଗୀୟ ଅଧିକାରୀଙ୍କ ଘୋଷଣା ପରେ ମଧ୍ୟ ସମସ୍ତ ଚାଷୀ ପାଇ ପାରୁ ନାହାନ୍ତି ଛାଡ ଟଙ୍କା, କେବଳ ହାତ ଗଣତି ଚାଷୀଙ୍କୁ ଛାଡି ଦେଲେ ଅନ୍ୟ ଚାଷୀ ମାନଙ୍କୁ ହାତଗୁଞ୍ଜା ନ ଦେଲେ ଏହି ଛାଡ ଟଙ୍କା ତୁମ ସଂଚୟ ଖାତାକୁ ଯାଇ ପାରିବ ନାହିଁ ବୋଲି କହୁଛନ୍ତି ସମବାୟ ସଂପାଦିକା। ଏଭଳି ଅଭିଯୋଗ ଆସିଛି ବାଂଶଡା ଥାନା ଅର୍ନ୍ତଗତ ଚରଦିଆ ସେବା ସମବାୟ ସମିତି ଅଧିନସ୍ଥ ଚାଷୀଙ୍କ ନିକଟରୁ। ଏହି ଅଭିଯୋଗ ର ସମାଧାନ ପାଇଁ ସେମାନେ ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ସଂପାଦକ ଏବଂ ବିଭାଗୀୟ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି।ଖବରରୁ ପ୍ରକାଶ ୨୦୧୯ ମସିହାରେ ସମବାୟ ସମିତିର ରଣ ଛାଡ ପାଇଁ ବିଭାଗୀୟ ଅଧିକାରୀ ୨୦୨୧ ମାର୍ଚ ମାସରେ ନିର୍ଦେଶ ଦେଇଥିଲେ। ଏହି ନିର୍ଦେଶ ଅନୁଯାୟୀ ଚରଦିଆ ସେବା ସମବାୟ ଅଧିନରେ ଥିବା ଚାଷୀ ଯେଉଁ ମାନଙ୍କର ରୂଣ ଦେବା ନେବାରେ ଠିକ ଥିବ, ସେମାନଙ୍କୁ ୭୧ପ୍ରତିଶତ ଛାଡ ଦେବାକୁ ଏହି ନିର୍ଦେଶ ଆସିଥିଲା ବୋଲି ଚାନ୍ଦବାଲି ଠାରେ ଥିବା ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ପରିଚାଳକ ମତ ରଖିଥିଲେ। ଏହି ଛାଡ ଟଙ୍କା ଚାଷୀ ମାନଙ୍କ ସଂଚୟ ଖାତାକୁ ଦିଆଯିବ ବୋଲି ମଧ୍ୟ ଏହି ନିର୍ଦେଶ ଆସିଥିଲା। ଏହି ନିର୍ଦେଶକୁ କିନ୍ତୁ ଚରଦିଆ ସେବା ସମବାୟ ସମିତିର ସଂପାଦିକା ମହାଶୟା ମାନିବାକୁ ନାରାଜ। ସଂପୃକ୍ତା ସଂପାଦିକା ଚାଷୀ ମାନଙ୍କୁ ଏହି ଛାଡ ଟଙ୍କା ପାଇବାକୁ ହେଲେ ହାତଗୃଞ୍ଜା ନଦେଲେ ଏହି ଛାଡ ଟଙ୍କା ସେମାନଙ୍କ ସଂଚୟ ଖାତାକୁ ଯିବ ନାହିଁ ବୋଲି ଅଡି ବସିଛନ୍ତି। ଏହି ଅଭିଯୋଗ ଆଣିଛନ୍ତି ଚରଦିଆ ପଂଚାୟତର ବାବୁରାମ ସାହୁ, ମେଘମାଳ ମହାଳିକ, ବାଦଲ କୁମାର ମହାଳିକ, ବସନ୍ତ ଜେନା, ମଦନ ମାଝୀ, ମନୋଜ ନାୟକ, ସତ୍ୟବ୍ରତ ବେହେରା, ବାସନ୍ତୀ ବେହେରାଙ୍କ ସମେତ ବହୁ ଚାଷୀ।

ସଂପୃକ୍ତ ଚାଷୀ ଏହି ଛାଡ ଟଙ୍କା ପାଇବାକୁ ହକଦାର ହୋଇଥିବା ବେଳେ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ଏହି ଟଙ୍କା ଦେବାରେ ପାତର ଅନ୍ତର ସୃଷ୍ଟି କରାଯାଇଛି। ଏଥିପାଇଁ ସେମାନେ ଏହି ଅଭିଯୋଗ ଆଣିଥିବା ବେଳେ ଲିଖିତ ଅଭିଯୋଗକୁ ସେମାନେ ଡିଆରସିଏସ, ଏଆରସିଏସ, ବ୍ୟାଙ୍କ ସଂପାଦକ ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖ୍ୟ ଶାଖା, ପ୍ରଶାସନିକ ଅଧିକାରୀ, ଅଡିଟର ଜେନେରାଲ କୋଅପରେଟିଭ ସୋସାଇଟି, ଭୁବନେଶ୍ୱର ଏବଂ ଭିଜିଲାନ୍ସ ଡିଜିଙ୍କ ନିକଟକୁ ପଠାଇଛନ୍ତି। କେଉଁ ପରିସ୍ଥିତିରେ ସେମାନଙ୍କୁ ଏହି ଛାଡରୁ ବଂଚିତ କରାଯାଇଛି ଏବଂ କାହିଁକି ସେମାନଙ୍କ ପାଇଁ ପାତର ଅନ୍ତର ସୃଷ୍ଟି କରାଯାଇଛି, ଏହାର ସମାଧାନ ନହେଲେ ସେମାନେ ଆଗାମୀ ଦିନରେ ଚରଦିଆ ସେବା ସମବାୟ ସମିତି ଆଗରେ ଧାରଣାରେ ବସିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି। ସରକାର ଏହି ସେବା ସମବାୟ ସମିତିର ସମସ୍ତ ଚାଷୀଙ୍କ ପାଇଁ ୭୧ପ୍ରତିଶତ ରୂଣ ଛାଡ କରିଥିବା ବେଳେ ଘୋଷଣାର ଦୀର୍ଘ ୧୪ ମାସ ବିତିଯାଇଥିଲେ ମଧ୍ୟ ସଂପାଦିକା କାହିଁକି ପାତର ଅନ୍ତର ସୃଷ୍ଟି କରୁଛନ୍ତି ତାହାର ତଦନ୍ତ ହେବା ଜରୁରୀ ଏବଂ ସଂପୃକ୍ତା ସଂପାଦିକାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ମଧ୍ୟ ଦାବି ଜଣାଇଛନ୍ତି।ଅନ୍ୟ ପକ୍ଷରେ ଚାନ୍ଦବାଲି ଠାରେ ଥିବା ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ର ପରିଚାଳକ ଏହି କଥାର ସତ୍ୟାସତ୍ୟ ଅଛି ଏବଂ ଗତ ସପ୍ତାହରେ ଏହି ପରି ଏକ କେଶ ତାଙ୍କ ନଜରକୁ ଆସିଥିଲା, ସେ ସଂପୃକ୍ତ ବ୍ୟକ୍ତିକୁ ଓ ଚରଦିଆ ସମବାୟ ସମିତିର ସଂପାଦିକାଙ୍କୁ ଡାକି ଏହାର ଫଇସଲା କରିବା ସହ ତୁରନ୍ତ ସଂପୃକ୍ତ ଚାଷୀକୁ ରଣ ଦେବାକୁ ନିର୍ଦେଶ ଦେଇଥିଲେ। ଏହି ନିର୍ଦେଶ ପାଇବା ପରେ ସଂପୃକ୍ତା ସଂପାଦିକା ମାତ୍ର ୩ ଦିନ ଭିତରେ ରୂଣ ଦେଇଥିଲେ। ସରକାର ଏହି ରୂଣ ଛାଡ କରିଛନ୍ତି ଏବଂ ସମସ୍ତ ଚାଷୀଙ୍କୁ ଏହା ଅବଗତ କରାଇ ଯେଉଁ ମାନଙ୍କର ଲୋନ ଅଛି ସେମାନଙ୍କ ଲୋନ ଆକାଉଂଟକୁ ଅପଡେଟ କରାଇବା ସହ ଦରକାର ପଡିଲେ ସେହି ଚାଷୀ ମାନଙ୍କୁ ରୂଣ ଦେବା ନିହାତି ଜରୁରୀ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଥିଲେ।