Odiapua.com

ସମବାୟ ସପ୍ତାହ ପାଳନ ଅବସରରେ ଜିଲାସ୍ତରୀୟ ବକ୍ତୃତା ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଦିବା ୧୦ ଘଟିକା ସମୟରେ ଭଦ୍ରକ ଡିଆରଡିଏ ସଭାଗୃହରେ ଏଆରସିଏସ୍ ଭଦ୍ରକ ସର୍କଲ ପକ୍ଷରୁ ଜିଲାସ୍ତରୀୟ ସମବାୟ ସପ୍ତାହ ପାଳନ ଅବସରରେ ଏକ ବକ୍ତୃତା ଓ ରଚନା ଲିଖନ ପ୍ରତିଯୋଗିତା ‘ସମବାୟ ଆନ୍ଦୋଳନ’ ବିଷୟବସ୍ତୁ ଉପରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସମବାୟ ସମିତି ସମୂହ ଉପ ସହକାରୀ ନିବନ୍ଧକ ସତ୍ୟପ୍ରକାଶ ସେଠୀ ସଂଚାଳିତ କରିଥିବାବେଳେ ଏଥିରେ ସହକାରୀ ନିବନ୍ଧକ ପ୍ରଚିତା ଜେନା, ବସନ୍ତ କୁମାର ରଣା, ବାବାଜୀ ଚରଣ ମଲ୍ଲିକ, ମୃତ୍ୟୁଞ୍ଜୟ ପଣ୍ଡା, ଅଭିଳାଷ ରଣା, ତାପସ ରାଉତ, ଇତିରେଖା ମଲ୍ଲିକ, ପ୍ରଜ୍ଞା ସାମଲ, ରିତୁପର୍ଣ୍ଣା ସାହୁ, ସଂଜୟ ନାୟକ, ନିର୍ମଲ ସେଠୀ, ସୁଶାନ୍ତ ନାୟକ ପ୍ରମୁଖ ବରିଷ୍ଠ ସମବାୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସେହିପରି ପ୍ରଫେସର ଅଟଳ ବିହାରୀ ନାୟକ, ପ୍ରଫେସର ବିଶ୍ୱନାଥ ନାୟକ, ପ୍ରଫେସର ରାଧାରାଣୀ ମହାପାତ୍ର, ପ୍ରଫେସର ପ୍ରଫୁଲ୍ଲ ସାହୁ, ପଣ୍ଡିତ ଦୟାନିଧି ମିଶ୍ର ଓ ବରିଷ୍ଠ ନାଗରିକ ମଂଚର ସଭାପତି ଲଲାଟେନ୍ଦୁ ମହାନ୍ତି ବିଚାରକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଏଥିରେ ଭଦ୍ରକ ଜିଲାର ସମସ୍ତ ସ୍କୁଲ ଓ କଲେଜରୁ ପ୍ରାୟତଃ ଶତାଧିକ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ ହେଲେ ବକ୍ତୃତା (ବରିଷ୍ଠ) ସୋହାନା କ୍ୱାଦ୍ରୀ ପ୍ରଥମ, ମାଜେଦା ଖାନମ ଦ୍ୱିତୀୟ, ସନ୍ତୋଷୀ ସାହୁ ତୃତୀୟ, ବକ୍ତୃତା (କନିଷ୍ଠ) ବିଭାଗରେ ମୋନାଲିସା ରାଉତ ପ୍ରଥମ, ଅକ୍ଷରା ପଣ୍ଡା ଦ୍ୱିତୀୟ, ଆଦ୍ୟାଶା ଦାସ ଓ ସଦାନନ୍ଦ ପଣ୍ଡା ଯୁଗ୍ମ ତୃତୀୟ, ରଚନା (ବରିଷ୍ଠ) ମାଜେଦା ଖାନମ ପ୍ରଥମ, ସୋହନା ଖାନମ ଦ୍ୱିତୀୟ, ସୁଗୀ ମାଝୀ ତୃତୀୟ ତଥା ରଚନା (କନିଷ୍ଠ) ବିଭାଗରେ ଜାଗୃତି ଯାଜ୍ଞସେନୀ ବାରିକ ପ୍ରଥମ, ସ୍ମୃତିରେଖା ଦାସ ଦ୍ୱିତୀୟ, ଓମ୍ ପ୍ରକାଶ ଦାସ ତୃତୀୟ ସ୍ଥାନ ଅଧିକାର କରି କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କୁ ଆସନ୍ତା ୧୮ ତାରିଖ ଦିନ ୧୦ ଘଟିକାରେ ଭଦ୍ରକ ସହୀଦ ସ୍ମୃତି ଭବନରେ ଉଭୟ ଅର୍ଥରାଶି ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବ ।