Odiapua.com

ସମବାୟ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଗଣଦୌଡ଼

ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସ୍ତରୀୟ ସମବାୟ ସଚେତନତା ସପ୍ତାହ ପାଳନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଏକ ଗଣ ଦୌଡ଼ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଭଦ୍ରକ ସହର ପରିକ୍ରମା କରିଥିଲା । ଏଥିରେ ସହକାରୀ ନିବନ୍ଧକ ପ୍ରାଚିତା ଜେନା, ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଦ୍ୟୁମ୍ନ ରାୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଉପ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ସତ୍ୟ ପ୍ରକାଶ ସେଠୀ, ବସନ୍ତ କୁମାର ରଣା, ବାବାଜୀ ଚରଣ ମଲ୍ଲିକ, ମୃତ୍ୟୁଞ୍ଜୟ ପଣ୍ଡା, ଅଭିଳାଷ ରଣା, ତାପସ ରାଉତ, ଇତିରେଖା ମଲ୍ଲିକ, ପ୍ରଜ୍ଞା ସାମଲ, ଋତୁପର୍ଣ୍ଣା ସାହୁ, ସଞ୍ଜୟ ନାୟକ, ନିର୍ମଳ ସେଠି, ପ୍ରମୂଖ ବରିଷ୍ଠ ସମବାୟ ଅଧିକାରୀମାନେ ଉପସ୍ଥିତ ରହିଥିଷଲ । ସେହିପରି ଏଥିରେ ଭଦ୍ରକ ଜିଲ୍ଲାର ବହୁ ସ୍କୁଲ ଓ କଲେଜରୁ ତଥା ସମବାୟ ଆନ୍ଦୋଳନ କୁ ଘରେ ଘରେ ପହଞ୍ଚାଇବା ଓ ସମବାୟ ଆନ୍ଦୋଳନ ପ୍ରତି ଲୋକଙ୍କୁ ଆକୃଷ୍ଠ କରିବା ପାଇଁ ଏଭଳି ସଚେତନତା କାର୍ଯ୍ୟକ୍ରମ ସରକାରଙ୍କ ନିର୍ଦ୍ଦେଶରେ ନିଆଯାଇଥିବା ବେଳେ ଏହି ଆନ୍ଦୋଳନ ସାଧାରଣ ଚାଷୀ, ମୂଲିଆ ଓ ଖଟିଖିଆଙ୍କର ଆଶା ଅଭିଳାଶ ଓ ଅପେକ୍ଷାକୁ ପୂରଣ କରି ପାରିବ ବୋଲି ସମବାୟ ସମିତି ସମୂହ ଭଦ୍ରକ ଉପନିବନ୍ଧକ ଶ୍ରୀଯୁକ୍ତ ସେଠୀ ସୂଚନା ଦେଇଛନ୍ତି ।