Odiapua.com

ସମବାୟ ସଙ୍ଗଠକ୍ ପଦ୍ମନାଭ ପଟ୍ଟନାୟକଙ୍କ ୭୧ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର, ୬ା୭ (ଓଡ଼ିଆ ପୁଅ) : ଭୁବନେଶ୍ୱର ମହାନଗର ନିଗମର ପାହାଳ ଗ୍ରାମକମିଟି ଓ ବଜାର କମିଟି ସଭାପତି, ପାହାଳ ସେବା ସମବାୟ ସମିତିର ପୂର୍ବତନ ସଭାପତି, ନ୍ୟାୟ ବିଚାରକ ବହୁବିଧ ପ୍ରତିଭାର ଅଧିକାରୀ ପଦ୍ମନାଭ ପଟ୍ଟନାୟକଙ୍କ ୭୧ତମ ଜୟନ୍ତୀ ଶ୍ରୀ ଗୁଣ୍ଡିଚା ସନ୍ଧ୍ୟାରେ ପାହାଳ ସେବା ସମବାୟ ସମ୍ମିଳନୀ କକ୍ଷରେ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ପ୍ରଶାନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉତ୍କଳ ଯାଦବ ମହାସଭା ସାଂସ୍କୃତିକ ସେଲ୍ ସଭାପତି ଲକ୍ଷ୍ମୀଧର ବେହେରା, ସୁରେନ୍ଦ୍ର କୁମାର ଖୁଣ୍ଟିଆ, ଅକ୍ଷୟ କୁମାର ଲେଙ୍କା, ଚନ୍ଦ୍ରଶେଖର ଜେନା, ଆଦିକନ୍ଦ ପଟ୍ଟନାୟକ, ପ୍ରଶାନ୍ତ କୁମାର ରାଉତରାୟ, ବିକାଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଶ୍ରୀ ପଟ୍ଟନାୟକଙ୍କ ବହୁମୁଖୀ ପ୍ରତିଭା, ବିଭିନ୍ନ ସାମାଜିକ, ସାଂସ୍କୃତିକ, ଆଧ୍ୟାତ୍ମିକ, ସଙ୍ଗଠନରେ ନିଜକୁ ସାମିଲ୍ କରି ଅଞ୍ଚଳରେ ପାରସ୍ପରିକ ଭାତୃଭାବ ଶାନ୍ତି ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ବୋଲି ମତ ଦେଇ ତାଙ୍କର ଦୀର୍ଘ ସୁସ୍ଥ ନିରାମୟ ଜୀବନ କାମନା କରିଥିଲେ। ତପନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।