Odiapua.com

ସବ ଟ୍ରେଜେରୀର ଜଣେ କର୍ମଚାରୀ କରୋନା ପଜେଟିଭି  

ହାଟଡ଼ିହି- ହାଟଡ଼ିହି ସବ ଟ୍ରେଜେରୀର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ବୋଲି ଜଣାପଡିବା ପରେ ଅଫିସକୁ ଆସୁଥିବା ଅନ୍ୟ ଅଫିସର କର୍ମଚାରୀଙ୍କ ମଧ୍ୟରେ ଛନକା ପସିଯାଇଛି। ଏହି କର୍ମଚାରୀ ଜଣକ ଗତ ଶୁକ୍ରବାର ପର୍ଯ୍ୟନ୍ତ ଅଫିସରେ କାମ କରିଥିବା ବେଳେ ଭିନ୍ନ ଅଫିସିର ଅନେକ କର୍ମଚାରୀତାଙ୍କ ସଂସ୍ପର୍ଶରେ ଆସିଥିବା କୁହା ଯାଉଛି। ଆସନ୍ତା କାଲି ପ୍ରଶାସନ ପକ୍ଷରୁ କଣ ପଦକ୍ଷେପ ନିଆଯାଉଛି ତାହାକୁ ଅନାଇ ବସିଛନ୍ତି ଅଞ୍ଚଳବାସୀ।