Odiapua.com

ସବୁ ଚ୍ୟାଲେଞ୍ଜ କୁ ସାମ୍ନା କରିବାକୁ ଭାରତ ପ୍ରସ୍ତୁତ

ନୂଆଦିଲ୍ଲୀ,୦୮/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ଭାରତୀୟ ବାୟୁସେନା ତା’ର ୮୭ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଏହାସହ ଏଥିପାଇଁ ଗାଜିଆବାଦ ଠାରେ ଥିବା ହିଣ୍ଡୋନ ଏୟାର ବେସ୍‌ରେ ବାୟୁସେନାର ବିଭିନ୍ନ ଲଢ଼ୁଆ ବିମାନ ସେମାନଙ୍କ ପରାକ୍ରମ ଦେଖାଇଛନ୍ତି ।

ବାୟୁସେନା ଉପରେ ଦେଶବାସୀଙ୍କ ଅତୁଟ ଭରସା ପାଇଁ ବାୟୁସେନା କୃତଜ୍ଞ ବୋଲି କହିଛନ୍ତି ଆରକେଏସ୍‌ ଭଦୌରିଆ । ଏହି ଅବସରରେ ସେ ଆହୁରି ଅନେକ ସନ୍ଦେଶ ଦେଇଛନ୍ତି ଯାହା ପ୍ରତ୍ୟେକ ଦେଶବାସୀଙ୍କୁ ଆଶ୍ୱସ୍ତ କରିବ ନିଶ୍ଚିତ । ବାୟୁସେନା ମୁଖ୍ୟ ଆରକେଏସ୍‌ ଭଦୌରିଆ ଆହୁରି କହିଛନ୍ତି ଯେ, ‘ଦେଶର ସୁରକ୍ଷା ସହ କେବେ ହେଲେ ସାଲିସ କରାଯିବ ନାହିଁ । ଦେଶବାସୀ ବାୟୁସେନା ଉପରେ ବିଶ୍ୱାସ ଓ ଆସ୍ଥା ରଖିଥିବାରୁ ଆମେ କୃତଜ୍ଞ । ବାୟୁସେନାର ସମସ୍ତ ଯୋଦ୍ଧାଙ୍କ ପକ୍ଷରୁ ମୁଁ ଏତିକି କହିବାକୁ ଚାହୁଁଛି ଯେ ଆମେ ଦେଶର ସୁରକ୍ଷାରେ କୌଣସି ସାଲିସ କରିବୁ ନାହିଁ ।’ ତେବେ ପଡୋଶୀ ରାଷ୍ଟ୍ର ଭାରତ ସହ ଯେଉଁ ଭଳି ବ୍ୟବହାର କରୁଛି ତାର ଉଚିତ ଜବାବ ମିଳିବ ବୋଲି ସେ କହିଛନ୍ତି । ନିକଟରେ ହୋଇଥିବା ପୁଲୱାମା ହମ୍‌ଲା ସୁରକ୍ଷା ପ୍ରତିଷ୍ଠାନ ଉପରେ ଥିବା ବିପଦକୁ ଦର୍ଶାଉଛି । ବାଲାକୋଟ୍ ଏୟାର ଷ୍ଟ୍ରାଇକ ପାଇଁ ଆମେ ପ୍ରସ୍ତୁତ କରିଥିବା ରଣନୀତିକୁ ରାଜନୀତି ସ୍ତରରେ ସ୍ୱୀକୃତି ମିଳିଥିଲା । ଦେଶର କ୍ଷମତାରେ ଥିବା ନେତାମାନେ ଆତଙ୍କବାଦୀଙ୍କୁ ଦଣ୍ଡ ଦେବାକୁ ଅନୁମତି ଦେଇଥିଲେ । ସରକାର ଏବେ ଆତଙ୍କବାଦୀଙ୍କ ମୁକାବିଲା ପାଇଁ ନିଜ ରଣନୀତିରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି ବୋଲି ମଧ୍ୟ କହିଛନ୍ତି