Odiapua.com

ସବୁଧର୍ମ ମତ ପନ୍ଥର ସମନ୍ୱୟ ଦେବତା ହେଲେ ଶ୍ରୀଜଗନ୍ନାଥ

ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ତୃତୀୟ ସଂଧ୍ୟାରେ ବକ୍ତାମାନଙ୍କ ଅଭିମତ ଆମ ସନାତନ ଧର୍ମରେ ବହୁ ପ୍ରକାର ମତବାଦ ରହିଛି । ଶୈବ, ଶାକ୍ତ, ଗାଣପତ୍ୟ,ବୈଷ୍ଣବ, ବୌଦ୍ଧ, ଜୈନ ଆଦି ସଂପ୍ରଦାୟ ରହିଥିଲେ ହେଁ ଏହାଙ୍କ ସମ୍ବନ୍ଧୀୟ ଠାକୁର ହେଲେ ଆମ ଜଗନ୍ନାଥ । ଶ୍ରୀ ଜଗନ୍ନାଥଙ୍କୁ ଆପଣେଇ ପାରିଲେ ଦେଶରେ ଦେଖା ଦେଇଥିବା ଦୁର୍ଗତି, ବାତ୍ୟା ଓ ବନ୍ୟା ପ୍ରାକୃତିକ ବିପର୍ଯ୍ୟୟ ଦୂର ହୋଇପାରିବ । ଏଥିପାଇଁ ଆତ୍ମ ସମର୍ପଣ, ଚିନ୍ତା ଚେତନାର ଆବଶ୍ୟକତା ହୋଇଛି । ଆଧ୍ୟାତ୍ମିକ ଭାବନା ଔପଚାରିକ ଭାବରେ କଲେ ଦିଅଁଙ୍କ ପ୍ରଭାବ ପଡ଼େ ନାହିଁ ବୋଲି ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ତୃତୀୟ ସଂଧ୍ୟାରେ ବକ୍ତାମାନେ ମତ ପ୍ରକାଶ କରିଛନ୍ତି । ପୂର୍ବାହ୍ନ ୧୧ ଘଟିକା ସମୟରେ ବାଲେଶ୍ୱର ମହିଳା ସଂକୀର୍ତ୍ତନ ମଣ୍ଡଳ ଶ୍ରୀକ୍ଷେତ୍ରବାସିନୀ ବିଭିନ୍ନ କାଳୀ ମଣ୍ଡପ ଓ ସହର ପରିକ୍ରମା କରିଥିଲେ । ପରେ ପରେ ଭାଗବତ ପାଠ, ଭଜନ କୀର୍ତ୍ତନ ଓ ପ୍ରବଚନ ସୁଶ୍ରୀ ତପସ୍ୱିନୀ ପାଢ଼ୀଙ୍କ ଦ୍ୱାରା ସମାହିତ ହୋଇଥିଲା । ସଂଧ୍ୟା ଅଧିବେଶନରେ ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ମୁଖ୍ୟ ପରିଚାଳକ ପଣ୍ଡିତ ଭାଗୀରଥୀ ନନ୍ଦଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ରାଜକିଶୋର ସାହୁ, ସମ୍ମାନିତ ଅତିଥି ଇଂ. ଅଭୟ ସୁତାର, ଅନ୍ୟତମ ଅତିଥି ଭାବେ ଫକିରମୋହନ ସାହିତ୍ୟ ସଂସଦର ସଂପାଦିକା କଲ୍ୟାଣୀ ନନ୍ଦ, ସୁନିଲ କୁମାର ବେହେରା, ପୋଲିସ ଅଧିକାରୀ ଅମର ବିଶ୍ୱାଳ ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ । ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ସହ ଆବାହକ ବାବୁଲାଲ ଦାସ । ମୁଖ୍ୟ ଆବାହକ ସେବକ ଶରତ କୁମାର ସାହୁ ସମିତିର ଆଭିମୁଖ୍ୟ ଓ ବିବରଣୀ ପ୍ରଦାନ କରି ଥିବାବେଳେ ସନାତନ ସାହୁ ଓ କାହ୍ନୁଚରଣ ଦାଶଙ୍କ ଉଦ୍ୟମରେ ପ୍ରଭୁଙ୍କର ପ୍ରସାଦ ପ୍ରଦାନ କରିଥିଲେ । ସହଯୋଗ କରିଥିଲେ କାଶୀନାଥ ପଣ୍ଡା, ଲକ୍ଷ୍ମୀଧର ପ୍ରଧାନ, ଚିତ୍ତରଞ୍ଜନ ଦାଶ, ରୋଟାରିୟାନ ଡ. ଶିଶିର ମିଶ୍ର ପ୍ରମୁଖ ସେବକବୃନ୍ଦ । ଧନ୍ୟବାଦ ଦେଇଥିଲେ ସହ ପରିଚାଳକ ସୁଦର୍ଶନ ପଣ୍ଡା ।