Odiapua.com

ସବୁଠି ଚାଲିଛି ୩୭୦ ଚର୍ଚ୍ଚା!

ରାଉରକେଲା ୧୧-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ରାଉରକେଲାର ପରିବା ବଜାର ଠାରୁ ଆରମ୍ଭ କରି ମାଛ ବଜାର ପର୍ଯ୍ୟନ୍ତ ଏଠି, ସେଠି, ସବୁଠି ଧାରା ୩୭୦ର ଚର୍ଚ୍ଚା। ପଡ଼ିଆ ପାଖ କଲୋନୀର ମଉସା କହୁ କହୁ କହି ପକାଇଲେ, ଯାହା ହେଉନା କାହିିଁକି ମୋଦି ସରକାର କାମ ଖଣ୍ଡେ କରିଛି। ଯାହା ପୁରୁଣା କାଳିଆ ନେତା କରି ପାରିଲେନି ମୋଦି ତାହା କରି ଦେଖାଇଲେ। ତାଙ୍କ ନାତି ଏବେ କୁଆଡ଼େ ଜମ୍ମୁ କାଶ୍ମୀର ବେପାର କରିବାକୁ ସଜବାଜ ହେଲାଣି। ସେହିପରି ସାରନଗରୀର କିଛି ପଇସାବାଲା ଲୋକ ସେଠାରେ ଜମି କିଣିବାକୁ ମଧ୍ୟ ମନ ବଳେଇଲେଣି। ଜମି ଖଣ୍ଡେ କିଣି ପରେ ଅମୂଲ ମୂଲରେ ବିକିବାରେ କିଛି କ୍ଷତି ନାହିଁ ବୋଲି ଅଂଚଳର ଜଣେ ଜମି କିଣାବିକା ଏଜେଂଟ ପାନ ଦୋକାନରେ ପାନ ଖାଇବା ବେଳେ ତୁଣ୍ଡରେ କହି ପକାଇଥିଲେ। ଅଂଚଳରେ ରହୁଥିବା କିଛି ମୁସଲିମ ସଂପ୍ରଦାୟର ବ୍ୟକ୍ତି ମାନେ ମଧ୍ୟ ଧାରା ୩୭୦ ଉଠିବା ଦ୍ୱାରା କାଳେ ବହୁତ ଖୁସି। ଏଥର ଯାହାହେଉ ପ୍ରଥମ ଥର ଲାଗି କେନ୍ଦ୍ରଶାସିତ ଅଂଚଳ ଜାମ୍ମୁ- କାଶ୍ମୀର ଓ ଲଦାଖରେ ତ୍ରୀରଙ୍ଗା ଉଡ଼ିପାରିବ।