Odiapua.com

ସବୁଜ ଘାସ ଚାଷର ଶୁଭାରମ୍ଭ

ଯାଜପୁର୧୧ା୯(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗୋ-ଖାଦ୍ୟ ପାଇଁ ଦାନାର ଯେତିକି ଆବଶ୍ୟକତା ରହିଛି ସବୁଜ ଘାସର ଆବଶ୍ୟକତା ତା ଠାରୁ ଅଧିକ। ତେଣୁ ସବୁଜ ଘାସ ପାଇଁ ଚାଷୀ ମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ମହାତ୍ମା ଗାନ୍ଧି ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଚଳିତ ବର୍ଷ ସହାୟତା ପ୍ରଦାନ ସହ ପ୍ରୋତ୍ସାହିତ କରାଯାଇଛି ବୋଲି ଜି‌ଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ସୂଚନା ଦେଇଛନ୍ତି। ବିଂଝାରପୁର ବ୍ଳ୍‌କର ପଂତେପୁର ପଂଚାୟତର ନଛିପୁରା ଗ୍ରାମର ଚାଷୀ ପ୍ରଶାନ୍ତ ସ୍ୱାଇଁ ଚଳିତ ବର୍ଷ ପରୀକ୍ଷା ମୂଳକ ଭାବେ ଏକ ଏକର ଜମିରେ ଘାସ ଚାଷ କରିବାକୁ ଅଣ୍ଟା ଭିଡିଛନ୍ତି। ଏଥିପାଇଁ ଏମ୍‌-ଜି-ଏନ୍‌-ଆର-ଜି-ଏସ୍‌- ପକ୍ଷରୁ ତାଙ୍କୁ ୮୧ ହଜାର ଟଂକାର ସହାୟତା ସହ ଚାଷ ପ୍ରଣାଳୀ ସଂପର୍କରେ ପ୍ରଶିକ୍ଷଣ ଦିଆଯାଇଛି। ଜି‌ଲ୍ଲା ପଶୁ ସମ୍ପଦ ବିଭାଗ ପକ୍ଷରୁ ତାଙ୍କୁ ତାଲିମ ଓ ଅନ୍ୟାନ୍ୟ କ୍ଷେତ୍ର ପାରଦର୍ଶିତା ସହଯୋଗ ପ୍ରଦାନ ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକ ମତ ଦେଇଛନ୍ତି। ବୁଧବାର ପୂର୍ବାହ୍ନରେ ପ୍ରଶାନ୍ତଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଘାସ ଚାଷକୁ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକ ଶୁଭାରମ୍ଭ କରିବା ସହ ଏହା ଅନ୍ୟ ଚାଷୀ ମାନଙ୍କୁ ପ୍ରେରଣା ଦେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଏହି ଶୁଭାରମ୍ଭ ସମୟରେ ବିଂଝାରପୁର ବି-ଡି-ଓ- ମିନତୀ ଜଗଦେବ, ସହକାରୀ ଯନ୍ତ୍ରୀ ରଂଜନ କୁମାର ସାମଲ, ଏସ୍‌-ଡି-ଭି-ଓ- ସଚିଦାନନ୍ଦ ପଣ୍ଡା, ଜେ-ଇ- ପ୍ରଶାନ୍ତ ଦାସ, ମନରେଗାର ସଂଯୋଜକ ଚିନ୍ମୟ ସିଂ ପ୍ରମୁଖ ଉପସ୍ଥିତ ଥିଲେ।