Odiapua.com

ସବୁଜବାହିନୀ ର ଛାତ୍ର ଛାତ୍ରୀ ସ୍ୱାଭିମାନ ଅଚଂଳର ସବୁଜଜଉଦ୍ୟାନ ପରିଦଶର୍ନ କରି ଜନସଚେତନତା ବାର୍ତା ଦେଲେ

ମାଲକାନଗିରି,୧୮ ।୧୨ (ଓଡିଆ ପୁଅ ) ସ୍ୱାଭିମାନ ଅଚଂଳରେ ଚିତ୍ରକୋଣ୍ଡା ବନବିଭାଗ ପକ୍ଷରୁ ଥିବା ପରିବେଶୀୟ ପର୍ଯ୍ୟଟନସ୍ଥଳୀ ବଣଭୋଜି ସାଙ୍ଗକୁ ଜଳଭଣ୍ଡାର ମଧ୍ୟରେ ବୋଟିଂର ମଜାଉଠାଉଥିଲେ ପର୍ଯ୍ୟଟକ ମାନେ । ଠିକ ସେତିକି ବେଳେ  ସ୍କୁଲ ପିଲା ହାତରେ ଏକ ବ୍ୟାନର ଧରି ପରିବେଶ ପରିସ୍କାର ପରିଛନ୍ନ ରଖିବା, ପିଲାଟିଏକୁ ଗଛଟିଏ, ଗଛବଚିଂଲେ ଆମେ ବଚିଂବା ଇତ୍ୟାଦି ସ୍ଲୋଗାନ ଦେଇ ସବୁଜ ଉଦ୍ୟାନ ମଧ୍ୟରେ ପ୍ରବେଶ କରିଥିଲେ ।ଏହା ଦେଖିବା ପାଇଁ ଚିତ୍ରକୋଣ୍ଡା ଇକୋଟୁରିଜିମ କୁ ଆସିଥିବା ଲୋକମାନେ ଭିଡ ଲାଗି ଯାଇଥିଲା । ଏହି ପିଲାମାନେ ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକସ୍ଥ ଏମଭି୧୬ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟର ସବୁଜବାହିନୀର ଛାତ୍ର ଓ ଛାତ୍ରୀ ମାନେ ।ସବୁ ବର୍ଷ ପରି ଏହି ବର୍ଷ ଡିସେମ୍ବର ମାସରେ ସୁଦୁର ଏମଭି୧୬ଠାରୁ ଚିତ୍ରକୋଣ୍ଡା ଡ୍ୟାମସାଇଟରେ ଥିବା ଇକୋଟୁରିଜିମ କୁ ପରିଦର୍ଶନରେ ଯାଇ ବଣବୋଜି କରୁଥିବା ପର୍ଯ୍ୟଟକ ମାନଙ୍କ ମଧ୍ୟରେ ସବୁଜବାର୍ତା ଦେଇ ଛାତ୍ର ଛାତ୍ରୀ ମାନେ ନୌବିହାର,ଶିସୁ ଉଦ୍ୟାନ,ପୁସ୍ପବଗିଚା,ବିଭିନ୍ନ ବନ୍ୟ ଜନ୍ତୁଙ୍କ ପ୍ରତି ମୂର୍ତି,ଦୋଳି,ଔଷଧୀୟ ବଗିଚା,ଆଦିବୁଲି ଦେଖି ପର୍ଯ୍ୟଟନସ୍ଥଳୀ ନିକଟରେ ଥିବା ଝରଣାକୁଳରେ ବଣଭୋଜି କରି ନୃତ୍ୟ ସଂଗୀତ ରେ ମଜିଯାଇଥିଲେ ।  ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସାଧନାରାଣୀ ମଣ୍ଡଳ ଓ ଏସ ତଣ୍ଡାପାଲି ପଚାଂୟତ ସିଆରସିସି ଅରବିନ୍ଦ ଜେନା ଙ୍କ ନେତୃତ୍ୱରେ ଇକୋକ୍ଲବର ଛାତ୍ର ଛାତ୍ରୀ ଚିତ୍ରକୋଣ୍ଡା ସବୁଜଉଦ୍ୟାନ କୁ ଯାଇ ଜନସଚେତନାତା ସହିତ ବଣଭୋଜି କରିଥିଲେ ।ସେମାନଙ୍କ ସହିତ ରୀତାଦାସ,କଲ୍ୟାଣି ସାହୁ,ଅଭିରାମସିଂ,ସଂଜୁକ୍ତା ପ୍ରଧାନ,ମାୟାରାଣୀ ଢାଲି ,ବିଦ୍ୟାଳୟ କମିଟି ସଭାପତି ଏମଟିଏ ସଭ୍ୟ ଓ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ପ୍ରମୁଖ ଅଶଂଗ୍ରହଣ କରି ସବୁଜବାହିନୀର ଜନସଚେତନତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ଛୋଟ ପିଲାମାନଙ୍କର ସବୁଜବାହିନୀର ଜନସଚେତନାତା କାର୍ଯ୍ୟକ୍ରମକୁ ଚିତ୍ରକୋଣ୍ଡା ଇକୋପାର୍କକୁ ପରିଦର୍ଶନରେ ଆସିଥିବା ସମସ୍ଥ ପର୍ଯ୍ୟଟକ ଓ ବନବିଭାଗ କର୍ମଚାରି ମାନେ ସାଧୁବାଦ ଜଣାଇଥିଲେ ।