Odiapua.com

ସବମିଶନ କମିଟିରେ ସହରର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ରଖିଲେ ଭଦ୍ରକ ବିଧାୟକ ସୀତାଂଶୁ

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ବିଧାନସଭା ପରିସରରେ ଆୟୋଜିତ “ସବମିଶନ କମିଟି’ ର ପୂର୍ତ ବିଭାଗ ବୈଠକରେ ଯୋଗଦେଇ ଭଦ୍ରକ ନିର୍ବାଚନ ମଣ୍ଡଳୀର ଅନେକ ମୁଖ୍ୟ ଉନ୍ନୟନ ପ୍ରକଳ୍ପ ଉପସ୍ଥାପନ କରିଛନ୍ତି ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର। ଭଦ୍ରକ ସହର ମଧ୍ୟରେ ବ୍ରିଟିଶ ଯୁଗର ଐତିହାସିକ ରାଜଘାଟ ପୋଲର ପୁନର୍ନିର୍ମାଣ ଓ ସୌନ୍ଦର୍ଯ୍ୟକରଣ, ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଭଦ୍ରକ ନଳାଙ୍ଗ ଠାରୁ ଏକ ରିଙ୍ଗ ରୋଡ ପରିକଳ୍ପନାର କାର୍ଯ୍ୟାନ୍ୱୟନ, ଆସ୍ଥାର ପ୍ରତୀକ ମା ଭଦ୍ରକାଳୀଙ୍କ ପୀଠ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ, ରାନ୍ଦିଆ,ସନ୍ଥିଆ,କୁଆଁସ ବ୍ରିଜର ରକ୍ଷାଣାବେକ୍ଷଣ ଓ ଉନ୍ନତିକରଣ, ଚିଙ୍ଗୁଡ଼ିପୁର ନିକଟ ଜାତୀୟ ରାଜପଥର ମରାମତି କାର୍ଯ୍ୟକୁ ତ୍ୱରାନ୍ୱୟନ ପାଇଁ ସେ ଦାବି କରିବା ସହ ପ୍ରସ୍ତାବ ରଖିଥିଲେ। ଅଧ୍ୟକ୍ଷ ଲକ୍ଷ୍ମଣ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ସଦସ୍ୟ ବୃନ୍ଦଙ୍କ ସହ ବରିଷ୍ଠ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।