Odiapua.com

ସଫେଇକୁ ସାଥି କରିଛନ୍ତି ଗୟାଧର ବିଶ୍ୱାଳ, ସାଇକେଲରେ ବୁଲି କରୁଛନ୍ତି ସଚେତନ

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଡଗରପଡା ଗ୍ରାମର ସାମାଜିକ କର୍ମୀ ଗୟାଧର ବିଶ୍ୱାଳ । ରାତି ପାହିଲେ ସାଇକେଲ୍‌ଟିଏ ଧରି ସ୍ୱଚ୍ଛ ଭାରତର ବାର୍ତା ବହନ କରି ବିଭିନ୍ନ ଧର୍ମାନୁଷ୍ଠାନ, ମହାପରୁଷଙ୍କ ପ୍ରତିମୁର୍ତୀ ପରିସର, ଶିକ୍ଷାନୁଷ୍ଠାନ, କ୍ଲବ ଆଦି ପରିସରକୁ ସଫେଇ କରିବା ତାଙ୍କର ନିଶାରେ ପରିଣତ ହୋଇଛି । ସେହିପରି ଜଣେ ବ୍ୟକ୍ତି ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଡଗରପଡା ଗ୍ରାମର ସାମାଜିକ କର୍ମୀ ଗୟାଧର ବିଶ୍ୱାଳ, ବୟସ ଏବେ ତାଙ୍କୁ ୫୮ ଛୁଇଁଛି । ଆଜକୁ ୮ ବର୍ଷ ପୂର୍ବେ ପରିବେଶକୁ ସଫା ସୁତୁରା ରଖିବାର ଲକ୍ଷ୍ୟ ନେଇ ନିଜର ସାଇକେଲ୍‌ରେ ସଚେତନତାର ବ୍ୟାନର ଏବଂ ହ୍ୟାଣ୍ଡଲ୍‌ରେ ଜାତୀୟ ପତକା ଲଗାଇ ସଫେଇ ସାମଗ୍ରୀ ଧରି ବିଭିନ୍ନ ସ୍ଥାନକୁ ସଫେଇ କରିବା ପାଇଁ ବାହାରି ପଡନ୍ତି । ଏହି କାର୍ଯ୍ୟ ସାରିବା ପରେ ରୁଣ୍ଡିଭୂତ ଲୋକଙ୍କୁ ପରିବେଶ ସଫା ସୁତରା ରଖିଲେ ଆମେ ବିଭିନ୍ନ ରୋଗକୁ ଦୁରେଇ ରଖି ପାରିବା ସହ ମାନବ ସମାଜକୁ ପ୍ରଦୂଷଣ ମୁକ୍ତ କରି ପାରିବା ବୋଲି ଲୋକ ମାନଙ୍କୁ ସଚେତନ କରାଇଥାନ୍ତି । ଯେଉଁ ଯେଉଁ ସ୍ଥାନକୁ ସଫେଇ କରନ୍ତି ସଂପୃକ୍ତ ଅଂଚଳର ଅଧିକାରୀ କିମ୍ବା ତତ୍ୱାବଧାରଙ୍କ ଠାରୁ ଗୟାଧର ନିଜ ଡାଏରିରେ ଲେଖି କରି ଆଣିଥାନ୍ତି । ଇତି ମଧ୍ୟରେ ସେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ, ପୁରୀ, ଖୋର୍ଦ୍ଧା ଆଦି ଜିଲ୍ଲା ପରିଭ୍ରମଣ କରି ଲୋକ ମାନଙ୍କୁ ସଚେତନ କରିଛନ୍ତି । ଏ ପରିପ୍ରେକ୍ଷୀରେ ଆଜି ଭଦ୍ରକ ଜିଲ୍ଲା ଏ୍ୟୌତିହାସିକ ଆଗରପଡା କଲେଜ ଛକ ଠାରେ ଥିବା ଉତ୍କଳ କେଶରୀ ଡ.ହରେକୃଷ୍ଣ ମହତାବଙ୍କ ପ୍ରତିମୁର୍ତି ପରିସରକୁ ସଫେଇ କରି ଲୋକମାନଙ୍କୁ ସଚେତନ କରିଥିଲେ । ଏହି କାର୍ଯ୍ୟରେ ତାଙ୍କୁ ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହ, ପ୍ରଦ୍ୟୁମ୍ନ ପୁହାଣ, ଗାୟତ୍ରୀ ଦାସ, ବିଜେପି ନେତା ଗୋପାଳ କୃଷ୍ଣ ଦାଶ, ସମାଜସେବୀ ପ୍ରଫୁଲ୍ଲ ସିଂହ, ଆଇଡିଆଲ ୟୁଥ୍ କ୍ଲବ ସଭାପତି ମନ୍ମଥ ଦାସ ସହଯୋଗ କରିବା ସହ ଉଚ୍ଚ ପ୍ରଶଂସା କରିଥିଲେ । ଗୟାଧର କୌଣସି ଲୋଭ, ମାୟା କିମ୍ବା ଆର୍ଥିକ ପ୍ରଲୋଭନକୁ ଖାତିର ନକରି ବର୍ଷ ବର୍ଷ ଧରି ଏହି ସେବା ମୂଳକ କାର୍ଯ୍ୟ ଜାରି ରଖିଥିବା ପ୍ରକାଶ କରିଛନ୍ତି । ହଁ ଏଥି ପାଇଁ ତାଙ୍କୁ ସକ୍ଷମ ଫାଉଣ୍ଡେସନ ବାଲେଶ୍ୱର, ଔପଦା ଆଞ୍ଚଳିକ ମହୋତ୍ସବ, ଜନ ଆରୋଗ୍ୟ ସମିତି, ମହାବୀର ଟେଲି ପ୍ରଡକ୍ଟ କଟକ ଆଦି ଅଗ୍ରଣୀ ଅନୁଷ୍ଠାନରୁ ପ୍ରଶଂସା ପତ୍ର ମିଳିଛି । ଏହା ତାଙ୍କୁ ଉପରୋକ୍ତ ସେବା ମୂଳକ କାର୍ଯ୍ୟ ପାଇଁ ଅଧିକ ପ୍ରେରଣା ଯୋଗାଉଛି ।