Odiapua.com

ସଫଳତା ପାଇଁ ଦକ୍ଷତା ଆବଶ୍ୟକ- ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଅସୁରାଳି ସ୍କିଲ ଇଣ୍ଡିଆ ସେଂଟରରେ ରାଜ୍ୟପାଳ

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ର ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ମଙ୍ଗଳବାର ଅପରାହ୍ନରେ ଧାମନଗର ବ୍ଲକ ଅସୁରାଳି ସ୍ଥିତ ସ୍କିଲ ଇଣ୍ଡିଆ ସେଂଟର ପରିଦର୍ଶନ କରିଥିଲେ।ରାଜ୍ୟପାଳ ଡ. କମ୍ବମପତି ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ । ପରେ ବିଭିନ୍ନ ବିଭାଗ ବୁଲି ଦେଖିଥିଲେ। ସ୍କିଲ ଇଣ୍ଡିଆ ସେଂଟରକୁ ଆସିବା ଅବସରରେ ରାଜ୍ୟପାଳ କହିଲେ ଯେ ଏହା ନିଯୁକ୍ତି କ୍ଷେତ୍ରରେ ଏକ ସୁନ୍ଦର ପଦକ୍ଷେପ ନେବାକୁ ଯାଉଛି।ଛାତ୍ରଛାତ୍ରୀ ମାନେ ଏଠାରେ ବିବିଧ ବିଭାଗରେ ଶିକ୍ଷା ଗ୍ରହଣ କରୁଛନ୍ତି।ସେମାନେ ସେମାନଙ୍କର ଦକ୍ଷତା ଓ ଆତ୍ମ ବିଶ୍ୱାସ ରଖିଲେ ସଫଳତା ନିଶ୍ଚିତ ମିଳିବ ବୋଲି ରାଜ୍ୟପାଳ ପ୍ରକାଶ କରିଥିଲେ।ରାଜ୍ୟପାଳଙ୍କ ସହିତ ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା,କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ,ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର,ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ,ପୂର୍ବାଂଚଳ ଆଇଜି ସତ୍ୟଜିତ ନାୟକ,ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଶୁଭେନ୍ଦୁ କୁମାର ସାମଲ,ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ପ୍ରମୁଖ ଉପସ୍ଥିତ ଥିଲେ। ସଂସ୍କୃତି ବିଭାଗ ପକ୍ଷରୁ ନୃତ୍ୟ ପ୍ରଦର୍ଶନ ପୂର୍ବକ ରାଜ୍ୟପାଳଙ୍କୁ ସ୍ୱାଗତ କରାଯାଇଥିଲା। ପ୍ରାରମ୍ଭରେ ଧାମନଗର ବିଜେପି ପକ୍ଷରୁ ରାଜ୍ୟପାଳ ଡ. ହରିବାବୁ କମ୍ଭମପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ବରିଷ୍ଠ ନେତା ଅଶୋକ ପୁହାଣ,ମନୋରଞ୍ଜନ ମଲ୍ଲିକ,ଚତୃଭୂଜ ନାୟକ,ରଘୁନାଥ ଲେଙ୍କା,ଦୀପ୍ତିରଞ୍ଜନ ଜେନା,ଅରବିନ୍ଦ ପତି,ହରେକୃଷ୍ଣ ପାଢ଼ୀ,ବୈକୁଣ୍ଠ ସାହୁ,ରାଜେନ୍ଦ୍ର ସାହୁ,ସୁରଜ ସାହୁ ପ୍ରମୁଖ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିଲା।