Odiapua.com

ସପ୍ତମ ରାଉଣ୍ଡରେ ଆଗୁଆ ବିଜେଡି

ପାଟକୁରା, ୨୪।୭(ଓଡିଆ ପୁଅ/ପଙ୍କଜିନୀ ନାୟକ): ପାଟକୁରା ବିଧାନସଭା ପାଇଁ ଆଜି ୧୮ଟି ରାଉଣ୍ଡରେ ହେବ ଭୋଟ୍ ଗଣତି। କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଚାଲିଛି ଭୋଟ୍ ଗଣତି। ସପ୍ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିର ସାବିତ୍ରୀ ଅଗ୍ରଓ୍ୱାଲ ଆଗୁଆ ଅଛନ୍ତି।

ସାବିତ୍ରୀ ଅଗ୍ରଓ୍ୱାଲ ସପ୍ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ୪୨, ୦୩୭ ଖଣ୍ଡ ଭୋଟ ପାଇଥିବା ବେଳେ, ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ୩୦୨୪୬ ଖଣ୍ଡ ଭୋଟ ପାଇଛନ୍ତି। କଂଗ୍ରେସର ଜୟନ୍ତ ମହାନ୍ତିଙ୍କୁ ୧୧୦୭ ଖଣ୍ଡ ଭୋଟ ମିଳିଛି।

ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲ ୧୧୭୯୧ ଖଣ୍ଡ ଭୋଟ୍‌ରେ ଆଗୁଆ ଅଛନ୍ତି। ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।