Odiapua.com

ସପ୍ତମ ବେତେନ ଗ୍ରେଡ ପେ ପ୍ରଦାନ ସହିତ ଅନ୍ୟାନ ଦାବିନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଧାରଣା

ମାଲକାନଗିରି,୩୦ା୧୦(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ରେ ଗତ ୧୯୯୪-୯୫ ମସିହାରେ ନିୟମିତ ହୋଇଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସପ୍ତମବେତନ ଗ୍ରେଡ ପେ ୨୮୦୦ଟଙ୍କା ଲାଗୁକରାଯାଇଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପେ ଫିକସେନ ସହିତ ଅନ୍ୟାନ ଦାବିନେଇ ଆଜି ଜିଲ୍ଲାଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତିଧିକ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଧାରଣାରେ ବସିଥିଲେ । ଗତ ୨୨ତାରିଖ ଦିନ ଏ ସଂପର୍କରେ ଜିଲ୍ଲାପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାଶିକ୍ଷାଧିକାରୀ, ଜିଲ୍ଲାପାଳ,ପ୍ରଥମିକ ଶିକ୍ଷା ନିର୍ଦ୍ଦେଶକ, ଶାସନ ସଚିବ ପ୍ରମୁଖଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ସେଥିରେ ଉଲେଖ୍ୟ ଥିଲା ୨୯ତାରିଖ ସୁଦ୍ଧା ସେମାନଙ୍କ ଦାବିଗୁଡିକ ପୁରଣ କରାନଗଲେ ୩୦ତାରିଖ ଦିନ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଧାରଣାରେ ବସିବେ । ୨୯ତିରଖ ସୁଦ୍ଧା ଦିବ ପୁରଣ ନହେବାରୁ ଜିଲ୍ଲାପ୍ରଥାମିକ ଶିକ୍ଷକ ସଂଘର ସଭାପତି ରଜିଂତ କୁମାର ନାୟକଙ୍କ ନେତୃତ୍ୱରେ ଆଜି ମଧ୍ୟାହ୍ନ ୨ଘଟିକା ଠାରୁ ଶତାଧିକ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ କୋଭିଡ ନିୟମ ପାଳନ କରି ଶାନ୍ତି ପୁର୍ଣ୍ଣଭାବେ ଜିଲ୍ଲାଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଦୀର୍ଘ ତିନିଘଟାଂ ଧରି ଧାରଣା ଦେବାପରେ ଜିଲ୍ଲାଶିକ୍ଷାଅଧିକାରୀ ମାନସ କୁମାର ଜେନା ଶିକ୍ଷକ ସଂଘ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦାବିପୁରଣ କରାଯିବ ବୋଲି ପ୍ରତିସୃତି ଦେବା ସହିତ ସାତଟି ଯାକ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟକୁ ଗ୍ରେଡ ପେ ପ୍ରଦାନ ସଂପର୍କରେ ଚିଠି ଦେବା ପରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଧାରଣା ପ୍ରତ୍ୟାହର କରିଥିଲେ ।