Odiapua.com

ସନ୍‌ରାଇଜ୍ ବ୍ୟାଡ଼ମିଂଟନ, ସହିଦ ନଗର, ଭୁବନେଶ୍ୱର ୨ୟ ବାର୍ଷିକ ପ୍ରତିଯୋଗିତା

ଭୁବନେଶ୍ୱର ୧୫-୨ (ଓଡ଼ିଆ ପୁଅ) ସନ ରାଇଜ୍ ବ୍ୟାଡ଼ମିଂଟନ, ସହିଦ ନଗରରେ ୨ ୟ ବାର୍ଷିକ ବ୍ୟାଡ଼ମିଂଟନ ଟୁର୍ନାମେଂଟ ଗତ ତା. ୧୨.୦୨.୨୦୨୧ ରୁ ୧୪.୦୨.୨୦୨୧ ପର୍ଯ୍ୟନ୍ତ ଚାଲିଥିଲା। ଆଜିକାର ଉଦ୍‌ପାନ ଉତ୍ସବରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ସଭାପତି, ଜାତୀୟ ଉପସଭାପତି ତଥା ପୂର୍ବତନ ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଂଟିଆ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଆଜିକାର ଫାଇନାଲ ପ୍ରତିଯୋଗିତାରେ ଶ୍ରୀ କେଶବ ପ୍ରଧାନ ଓ ସରୋଜ ପାତ୍ର ବିଜୟୀ ଘୋଷିତ ହୋଇଥିଲେ। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ଶ୍ରୀ ଅଶୋକ ସୋନି ଓ ଶ୍ରୀ ଗୌତମ ରାଉତ ଙ୍କୁ ପରାଜୟ କରି ଚମ୍ପିଆନ ଭାବେ ବିଜୟ ହାସଲ କରିଥିଲେ। ଡଃ ଖୁଂଟିଆ ଉଭୟ ବିଜୟ ଦଳ ଓ ରନର ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ସାନ୍ତ୍ୱନାମୂଳକ ପୁରଷ୍କାରସ୍ୱରୂପ ସମସ୍ତ ୩୨ ଜଣ ଅନ୍ୟ ପ୍ରତିଯୋଗିକୁ ସାନ୍ତାନାମୂଳକ ପୁରସ୍କାରଦିଆଯାଇଥିଲା। ଡକ୍ଟର ଖୁଂଟିଆ ତାଙ୍କ ଭାଷଣରେ ଖେଳାଳିମାନଙ୍କୁ ଅଧିକରୁ ଅଧିକ ଉନ୍ନତ ପାଇଁ ପ୍ରେରଣା ଦେଇଥିଲେ ଏବଂ ତାଙ୍କ ଭାଷଣରେ କିସ୍‌. ଟ୍ରଷ୍ଟ ତରଫରୁ ଆସନ୍ତା ବର୍ଷଠାରୁ ଟୁର୍ଣ୍ଣାମେଂଟର ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ଘୋଷଣା କରିଥିଲେ। ଏହି ସଭାରେ କ୍ଲବର ସଭାପତି ଶ୍ୟାମ ସୁନ୍ଦର ମହାପାତ୍ର ସଭାପତିତ୍ୱ କରିଥିଲେ। ଟୁର୍ଣ୍ଣାମେଂଟ କମିଟିର ମୁଖ୍ୟ ଶ୍ରୀ ମହେଶ ଜେଠଲିଆ ଟୁର୍ଣ୍ଣାମେଂଟର ପରିଚାଳନାର ସମସ୍ତ ଭାର ବହନ କରିବା ସଂଗେ ସଂଗେ ମୁଖ୍ୟ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ସଂପାଦକ ଦେବେଶ ଅଧିକାରୀ, ସଂଜୟ ଜେନା, ସନ୍ତୋଷ ପାତ୍ର, ସୋଭନ ପ୍ରଧାନ, ଆନନ୍ଦ ଦ୍ୱେବେଦୀ ଓ ଲାଲ ପ୍ରକାଶ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଡବଲ ପ୍ରତିଯୋଗିତାରେ ୧୮ ଟି ଟିମ୍ ଭାଗ ନେଇଥିଲେ ଶେଷରେ କ୍ଲବର ସଂପାଦକ ଶ୍ରୀ ବେଦବ୍ରତ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ପ୍ରତିଯୋଗିତାର ଉଦ୍‌ଘାଟନ ଉତ୍ସବରେ ସ୍ଥାନୀୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ସେଂଟ୍ରାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।