Odiapua.com

ସନ୍ଧ୍ୟାରେ ପ୍ୟାକେଜ ଘୋଷଣା;ଚାଷ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି:ନବୀନ

ଚାଷ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି:ନବୀନ
ବ୍ରହ୍ମପୁର;୧୩,ଅକ୍ଟୋବର:ଗଞ୍ଜାମ ଏବଂ ଗଜପତି ଜିଲ୍ଲାର ବନ୍ୟା ପ୍ରିପିଡ଼ିତ ଅଞ୍ଚଳ ଆକାଶମାର୍ଗରୁ ହେଲିକେପ୍ଟର ଯୋଗେ ପରିଦର୍ଶନ କରିବା ପରେ ନବୀନ ପଟ୍ଟନାୟକ ଆସି ପହଞ୍ଚିଥିଲେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ସ୍ଥିତ ଏୟାରଷ୍ଟ୍ରିପରେ।ସେଠାରୁ ହେଲିକେପ୍ଟରରୁ ଅବତରଣ କରିବା ପରେ ନିକଟସ୍ଥ ସର୍କିଟ ହାଉସରେ କିଛି ସମୟ ରହି ଗଞ୍ଜାମ ଜିଲ୍ଲାପାଳ,ଉପଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।ଏହାପରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବାତ୍ୟା ଓ ବନ୍ୟା ଯୋଗୁଁ ଚାଷ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବୋଲି କହିଥିଲେ ନବୀନ।ସନ୍ଧ୍ୟାରେ ଭୁବନେଶ୍ୱରଠାରେ ଉଚ୍ଚ ସ୍ତରୀୟ ବୈଠକରେ ଆଲୋଚନା ପରେ ଯାହା କିଛି ଅନୁଦାନ ଘୋଷଣା କରାଯିବ ବୋଲି ସୂଚନା ଦେଇଥିଲେ ନବୀନ।ଏହାପରେ ସେ ତୁରନ୍ତ ହେଲିକେପ୍ଟର ଯୋଗେ ଭୁବନେଶ୍ୱର ଫେରି ଯାଇଥିଲେ।/ଦେବଦତ୍ତ