Odiapua.com

ସନ୍ଦେହ ଜନକ ଅବସ୍ଥାରେ ଯୁବକଙ୍କ ଗଛରେ ଝୁଲନ୍ତା ଶବ

ବଲାଙ୍ଗୀର, ୨୧-୧୦:(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ସଇଁତଲା ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗ୍ରାମ ନିକଟରେ ଜଣେ ଯୁବକ ଙ୍କ ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି। ଉକ୍ତ ଯୁବକଙ୍କ ମୁହଁରେ ଏକ ଗାମୁଛା ଗୁଡେ଼ଇ ହୋଇ ଏକ ଗଛରେ ଝୁଲନ୍ତା ଶବ ଦେଖି ନିକଟସ୍ଥ ଲୋକେ ସେ ରେଙ୍ଗାଲି ଗ୍ରାମର ଯୁବକ ବୋଲି ଅନୁମାନ କରାଯାଉଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନ ଥିବାରୁ ମୃତ୍ୟୁର କାରଣ ଓ ସବିଶେଷ ବିବରଣୀ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ।